ରାଜ୍ୟରେ ସରକାରୀ କର୍ମଚାରୀଙ୍କୁ ମିଳିବ ଇଲେକ୍ଟ୍ରିକ ଗାଡି

ନୂଆଦିଲ୍ଲୀ,୬/୬ : ଗୋଆ ଓ କେରଳ ସରକାର ନିଜ ରାଜ୍ୟରେ ସରକାରୀ ଏଜେନ୍ସି ଓ କର୍ମଚାରୀଙ୍କ ପାଇଁ ବୈଦ୍ୟୁତିକ ଯାନ କିଣିବା ପାଇଁ ପଦକ୍ଷେପ ନେଇଛନ୍ତି। ଗୋଆ ଓ କେରଳ ସରକାର ଇଲେକ୍ଟ୍ରିନ ବାହାନ ନିର୍ମାଣ କରୁଥିବା କମ୍ପାନୀ କନଭରଜେନ୍ସ ସର୍ଭିସେସ୍ ଲିମିଟେଡ୍ (ସିଇଏସଏଲ) ସହ ରାଜିନାମା କରିଛନ୍ତି। ଏହି ରାଜିନାମା ଆଧାରରେ ରାଜ୍ୟ ପାଇଁ ୩୦ ହଜାରରୁ ଅଧିକ ଦୁଇ ଚକିଆ ଏବଂ ତିନି ଚକିଆ ଇଲେକ୍ଟ୍ରିକ ଯାନ କିଣାଯିବ। ଗୋଆ ଏବଂ କେରଳ ସରକାର ବିଶ୍ଵ ପରିବେଶ ଦିବସ ଅବସରରେ ସିଇଏସଏଲ ସହ ଏହି ଚୁକ୍ତି ସ୍ଵାକ୍ଷରିତ କରିଛନ୍ତି।

ଏହି ଇଲେକ୍ଟ୍ରିକ ଗାଡିର ବ୍ୟବହାର ବିଭିନ୍ନ ସରକାରୀ ସଂସ୍ଥା ଦ୍ଵାରା କରାଯିବାର ସମ୍ଭାବନା ରହିଛି। ଦୁଇ ଚକିଆ ଇଲେକ୍ଟ୍ରିକ ଯାନର ବ୍ୟବହାର ସରକାରୀ କର୍ମଚାରୀ କରି ପାରନ୍ତି ଏବଂ ତିନି ଚକିଆ ଯାନର ବ୍ୟବହାର ସରକାରୀ ସାମଗ୍ରୀ ପରିବହନରେ କରାଯାଇପାରେ। ସିଇଏସଏଲ ଇଲେକ୍ଟ୍ରିକ ଗାଡିର ବିକାଶ ଓ ଚାର୍ଜିଂ ଭିତ୍ତିଭୂମି ପାଇଁ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍(ବିଇଏଲ), ଟିଭିଏସ ମୋଟର କମ୍ପାନୀ, ଜେବିଏମ ରିନ୍ୟୁଏବଲ୍ସ ପ୍ରାଇଭେଟ୍ ଲିମିଟେଡ୍ ଓ ଫୋର୍ଟମ ଇଣ୍ଡିଆ ସହିତ ଭାଗିଦାରୀ କରିଛି।