ଗୁରୁଗ୍ରାମ,୬/୬: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କର କୋଭିଡ-୧୯ ଯାଞ୍ଚ ରିପୋର୍ଟ ପଜେଟିଭ ଆସିଛି। ରିପୋର୍ଟ ମିଳିବା ପରେ ତାଙ୍କୁ ଆଜି ହରିୟାଣା ରୋହତକ ଜିଲ୍ଲା ସୁନାରିଆ ଜେଲରୁ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି। ଶନିବାର ଡେରା ମୁଖ୍ୟଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ଏଣୁ ତାଙ୍କୁ ପିଜିଆଇଏସ ରୋହତକକୁ ନିଆଯାଇଥିଲା।

୫୩ ବର୍ଷ ବୟସ୍କ ଗୁରମିତଙ୍କୁ ଡେରା ଗୁରୁଗ୍ରାମସ୍ଥିତ ମେଡାଣ୍ଟ ହସ୍ପିଟାଲରେ ଦାଖଲ କରିଥିବା ବେଳେ ସେଠାରେ ତାଙ୍କର ଅନ୍ୟ ପରୀକ୍ଷଣ ସବୁ ହେବ । ସୁନାରିଆ ଜେଲ ଅଧିକ୍ଷକ ସୁନୀଲ ସଙ୍ଗୱାନ ପିଜିଆଇଏସ୍ ରୋହତକରେ ତାଙ୍କର ସମସ୍ତ ପରୀକ୍ଷଣର ରିପୋର୍ଟ ଆସିନଥିଲା ବୋଲି କହିଛନ୍ତି। ତେବେ ସେ କୋଭିଡ ସଂକ୍ରମିତ ହୋଇଥିବା ଜଣାପଡିଛି।