ଆଜିଠାରୁ ପିତୃ ପକ୍ଷ ଆରମ୍ଭ ହେଉଛି। ପିତୃ ପକ୍ଷ ଆଶ୍ୱିନ ମାସ ଅମାବାସ୍ୟା ଅର୍ଥାତ ଅକ୍ଟୋବର ୬ ତାରିଖ ଯାଏଁ ରହିବ। ୧୫ ଦିନ ଚାଲିବାକୁଥିବା ପିତୃ ପକ୍ଷରେ ପୂର୍ବପୁରୁଷଙ୍କୁ ପିଣ୍ଡଦାନ, ତର୍ପଣ ଓ ଦାନ ଆଦି କରାଯାଏ। ପୂର୍ବଜଙ୍କ ସମ୍ମାନ ପାଇଁ ପଞ୍ଚବଳି ଭୋଗ ଲଗାଯାଇଥାଏ ଏବଂ ବ୍ରାହ୍ମଣ ଭୋଜନ ମଧ୍ୟ କରାଯାଇଥାଏ। ଯଦି କାହାର କୁଣ୍ଡଳୀରେ ପିତୃ ଦୋଷ ଥାଏ ତାହେଲେ ପିତୃ ପକ୍ଷ ସମୟରେ କିଛି ଉପାୟ ଦ୍ୱାରା ଏହି ଦୋଷ ଦୂର କରାଯାଇପାରେ। କୁଣ୍ଡଳୀରେ ପିତୃ ଦୋଷ ଥିଲେ ଜୀବନରେ ଅନେକ ସମସ୍ୟା ସମ୍ମୁଖୀନ ହେବାକୁ ପଡିଥାଏ। ଜୀବନ ଅଶାନ୍ତ ହୋଇଯାଏ, କୌଣସି ଉନ୍ନତି ହୋଇନଥାଏ। ପିତୃ ପକ୍ଷରେ ଏହି ଉପାୟ କରିବା ଦ୍ୱାରା ପିତୃ ଦୋଷ ପ୍ରଭାବ କମ କରାଯାଇପାରିବ।
୧. ଶ୍ରାଦ୍ଧ ପକ୍ଷରେ ପଞ୍ଚବଳି ଭୋଗ ଲଗାଇବା ଉଚିତ। ପଞ୍ଚବଳି ଭୋଗରେ ଗାଈ, କାଉ, କୁକୁର, ଦେବତା ଓ ପିମ୍ପୁଡି ଆସିଥାନ୍ତି। ୧୫ ଦିନ ଲଗାତାର କାଉଙ୍କୁ ଖାଇବା ଦେବା ଉଚିତ। କୁହାଯାଏ ଯେ ପୂର୍ବଜ କାଉ ରୂପରେ ପୃଥିବୀକୁ ଆସିଥାନ୍ତି। ସେଥିପାଇଁ ଏହି ୧୫ ଦିନ କାଉଙ୍କୁ ଖାଇବାକୁ ଦେବା ଉଚିତ। ଏହାପରେ ବ୍ରାହ୍ମଣ ଭୋଜନ ମଧ୍ୟ କରାଇବା ଉଚିତ।
୨. କୁଣ୍ଡଳୀରେ ପିତୃ ଦୋଷ ଥିଲେ ଘରର ଦକ୍ଷିଣ କୋଣରେ ପୂର୍ବଜଙ୍କ ଫଟୋ ଲଗାଇବା ଉଚିତ। ଘରୁ ବାହାରକୁ କୌଣସି ଶୁଭ କାମ ପାଇଁ ଯିବା ସମୟରେ ପିତୃଙ୍କ ଆଶୀର୍ବାଦ ନେବା ଉଚିତ। ଏହାଦ୍ୱାରା ପୂର୍ବଜଙ୍କ କୃପା ମିଳିଥାଏ ଓ ପିତୃ ଦୋଷ ଦୂର ହୋଇଥାଏ।
୩. ପିତୃ ପକ୍ଷ ସମୟରେ ପୂର୍ବଜଙ୍କ ଦେହାନ୍ତ ତିଥିରେ ବ୍ରାହ୍ମଣଙ୍କୁ କିମ୍ବା ଗରିବଙ୍କୁ ଭୋଜନ କରାଇବା ଉଚିତ ଏବଂ ସମ୍ମାନପୂର୍ବକ ଦାନ ଦକ୍ଷିଣା ଦେବା ଉଚିତ। ଭୋଜନ ନିଜେ ରୋଷେଇ କରିଥିବା ଉଚିତ ଏବଂ ପୂର୍ବଜଙ୍କ ପସନ୍ଦର ହେବା ଉଚିତ। ବସ୍ତ୍ର ଓ ଅନ୍ନ ଦାନ କଲେ ମଧ୍ୟ ପିତୃ ଦୋଷ ଦୂର ହୋଇଥାଏ।
୪. ଶ୍ରାଦ୍ଧ ପକ୍ଷରେ ନିୟମିତ ସକାଳେ ସନ୍ଧ୍ୟାରେ କର୍ପୁର ଜଳାନ୍ତୁ ଓ ଗୁଡରେ ଘିଅ ମିଶାଇ ଧୂପ ଦିଅନ୍ତୁ। ଏହି ଉପାୟ ଦ୍ୱାରା ପିତୃ ଦୋଷ ସମାପ୍ତ ହୋଇଥାଏ।
୫. ପିତୃ ଦୋଷରୁ ମୁକ୍ତି ପାଇବାକୁ ଅଶ୍ୱଥ ଗଛ ଓ ବର ଗଛକୁ ନିୟମିତ ପୂଜା କରିବା ଉଚିତ। ପିତୃ ପକ୍ଷ ସମୟରେ ଦିନରେ ଜଳ, ଫୁଲ, ଚାଉଳ ଓ କଳା ରାଶି ଅର୍ପଣ କରନ୍ତୁ। ଏହାସହ ପିତୃଙ୍କୁ ନିଜ ଭୁଲ ପାଇଁ କ୍ଷମା ମାଗିବା ଉଚିତ। ପରିବାରର ସବୁ ସଦସ୍ୟଙ୍କ ଠାରୁ ୧୦-୧୦ ଟଙ୍କା ମୁଦ୍ରା ନେଇ ମନ୍ଦିରରେ ଦାନ କରନ୍ତୁ। ଘରେ ବୟସ୍କ ବ୍ୟକ୍ତି ଥିଲେ ଗୁରୁବାର ଦିନ ତାଙ୍କ ସହ ଯାଇ ଦାନ କରନ୍ତୁ। ପିତୃ ଦୋଷରୁ ମୁକ୍ତି ମିଳିବ।