ଅଗଷ୍ଟ ୨୦୨୬ରେ ୨ଟି ବଡ଼ ଗ୍ରହଣ ଏବଂ ୬ଟି ପ୍ରମୁଖ ଗ୍ରହର ନକ୍ଷତ୍ର ଓ ରାଶି ପରିବର୍ତ୍ତନ ହେବାକୁ ଯାଉଛି । ସୂର୍ଯ୍ୟ ଗ୍ରହଣ ଓ ଚନ୍ଦ୍ର ଗ୍ରହଣ ସହିତ ସୂର୍ଯ୍ୟ, ବୁଧ, ଶୁକ୍ର, ବୃହସ୍ପତି ଏବଂ ଶନିଙ୍କ ଚଳନରେ ପରିବର୍ତ୍ତନ ଯୋଗୁଁ ୬ଟି ରାଶି ପାଇଁ ଉନ୍ନତି ଓ ଧନଲାଭର ନୂଆ ରାସ୍ତା ଖୋଲିପାରେ । ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅଗଷ୍ଟ ୨୦୨୬ ମାସଟି ବେଶ୍ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନରେ ପରିପୂର୍ଣ୍ଣ ରହିବ । ଏହି ମାସରେ ୨ଟି ବଡ଼ ଗ୍ରହଣ (ପୂର୍ଣ୍ଣ ସୂର୍ଯ୍ୟ ଗ୍ରହଣ ଏବଂ ଚନ୍ଦ୍ର ଗ୍ରହଣ) ହେବାକୁ ଯାଉଛି । ଏହା ସହିତ ଧନ, ବୁଦ୍ଧି, ସୁଖ ଏବଂ ନ୍ୟାୟର କାରକ ଗ୍ରହମାନେ ନିଜର ଚଳନ ଓ ନକ୍ଷତ୍ର ପରିବର୍ତ୍ତନ କରିବେ । ଗ୍ରହମାନଙ୍କର ଏହି ବଡ଼ ପରିବର୍ତ୍ତନର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡ଼ିବ । କିନ୍ତୁ ୬ଟି ବିଶେଷ ରାଶି ପାଇଁ ଏହି ସମୟ କ୍ୟାରିୟର, ବ୍ୟବସାୟ ଏବଂ ଆର୍ଥିକ ସ୍ଥିତିରେ ବଡ଼ ଉନ୍ନତି ଆଣିପାରେ।
ଏହି ୬ଟି ରାଶି ଉପରେ ରହିବ ନଜର
ମିଥୁନ : ବୁଧଙ୍କ ଗୋଚର ଆପଣଙ୍କ ବ୍ୟବସାୟ, ଯୋଗାଯୋଗ ଏବଂ ନୂଆ ଚୁକ୍ତି ପାଇଁ ବେଶ୍ ଲାଭଦାୟକ ସାବ୍ୟସ୍ତ ହୋଇପାରେ ।
ସିଂହ : ସୂର୍ଯ୍ୟ ଏବଂ ବୁଧ ଆପଣଙ୍କ ରାଶିରେ ପ୍ରବେଶ କରୁଛନ୍ତି । ଏହା ଫଳରେ ଆପଣଙ୍କ ମାନ-ସମ୍ମାନ, ପଦ-ପ୍ରତିଷ୍ଠା ଏବଂ କ୍ୟାରିୟରରେ ବଡ଼ ଉନ୍ନତି ହୋଇପାରେ ।
କନ୍ୟା : ଶୁକ୍ର ଦୁଇଥର ନକ୍ଷତ୍ର ପରିବର୍ତ୍ତନ କରିବା ଫଳରେ ଆପଣଙ୍କୁ ଧନଲାଭ, ନୂଆ ସାଧନ ଏବଂ ପାରିବାରିକ ସୁଖ ମିଳିପାରେ ।
ଧନୁ : ଗୁରୁଙ୍କ ନକ୍ଷତ୍ର ପରିବର୍ତ୍ତନ ଫଳରେ କ୍ୟାରିୟର, ଉଚ୍ଚଶିକ୍ଷା ଏବଂ ଧାର୍ମିକ ଯାତ୍ରାରେ ବଡ଼ ସଫଳତା ମିଳିପାରେ ।
କୁମ୍ଭ : ଶନିଙ୍କ ପରିବର୍ତ୍ତନ ଫଳରେ ଅଟକି ରହିଥିବା ଯୋଜନାଗୁଡ଼ିକ ପୂରଣ ହୋଇପାରେ ଏବଂ ପରିଶ୍ରମର ସମ୍ପୂର୍ଣ୍ଣ ଫଳ ମିଳିବା ଆରମ୍ଭ ହୋଇପାରେ ।
ମୀନ : ଚନ୍ଦ୍ର ଗ୍ରହଣ ଏବଂ ଶନିଙ୍କ ପ୍ରଭାବ ଯୋଗୁଁ ସ୍ୱାସ୍ଥ୍ୟ ଏବଂ ଆର୍ଥିକ ନିଷ୍ପତ୍ତି ନେବା ସମୟରେ ଟିକେ ସତର୍କ ରହିବାକୁ ପଡ଼ିପାରେ । ତେବେ ଅଚାନକ ଧନଲାଭର ଯୋଗ ମଧ୍ୟ ରହିପାରେ ।