ଥଣ୍ଡା ଯୋଗୁଁ ବ୍ୟାୟାମ କରିବା କମିଯାଏ ଏବଂ ତେଲିଆ ଓ ଭାରୀ ଖାଦ୍ୟ ଖାଇବାର ମାତ୍ରା ବଢ଼ିଯାଏ। ଏହା ଫଳରେ ଶରୀରରେ ଚର୍ବି ଓ କୋଲେଷ୍ଟ୍ରୋଲ ବଢ଼ିବାର ଆଶଙ୍କା ରହିଥାଏ । ଧଳା ରାଶି ଶୀତଦିନ ପାଇଁ ବେଷ୍ଟ ହୋଇଥାଏ । ତେବେ ଏହି ଶୀତଦିନେ ଖାଦ୍ୟରେ ଏମିତି କିଛି ପ୍ରାକୃତିକ ଖାଦ୍ୟ ସାମିଲ କରିପାରିବେ । ଯାହା ଶରୀରକୁ ଆବଶ୍ୟକ ପୋଷକତତ୍ତ୍ୱ ଯୋଗାଇଥାଏ । ସେଥିମଧ୍ୟରୁ ଧଳା ରାଶି ହେଉଛି ଅନ୍ୟତମ । ଯାହା ପୋଷକତତ୍ତ୍ୱରେ ଭରପୂର ।
ଧଳା ରାଶି ମଞ୍ଜି କେବଳ ଶୀତଦିନେ ଶରୀରକୁ ଗରମ ରଖିବାରେ ସାହାଯ୍ୟ କରେ ନାହିଁ ବରଂ ଖରାପ କୋଲେଷ୍ଟ୍ରଲ ହ୍ରାସ କରିବାରେ ଏବଂ ଭଲ କୋଲେଷ୍ଟ୍ରଲ ବଢାଇବାରେ ମଧ୍ୟ ସାହାଯ୍ୟ କରେ । ଧଳା ରାଶିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ ଯେଉଁ କାରଣରୁ ଏହାକୁ ଶୀତର ସୁପରଫୁଡ୍ କୁହାଯାଏ । ଧଳା ରାଶିରେ ପ୍ରୋଟିନ୍, ଓମେଗା -୩ ଫ୍ୟାଟି ଏସିଡ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହା ଖରାପ କୋଲେଷ୍ଟ୍ରଲକୁ ହ୍ରାସ କରିଥାଏ ଏବଂ ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଧଳା ରାଶି ମଞ୍ଜି ଖାଇବା ଦ୍ୱାରା ସ୍କିନ ଏବଂ କେଶ ମଧ୍ୟ ଭଲ ରହିଥାଏ । ତେବେ ଆସନ୍ତୁ ଏହାର ଲାଭ ଜାଣିବା ।
ଖରାପ କୋଲେଷ୍ଟ୍ରୋଲକୁ ହ୍ରାସ କରେ : ଧଳା ରାଶି ଖାଇବା ଦ୍ୱାରା ଖରାପ କୋଲେଷ୍ଟ୍ରଲ ହ୍ରାସ ହେବା ସହିତ ଶରୀରରେ ଭଲ କୋଲେଷ୍ଟ୍ରଲ ବଢାଇବାରେ ସାହାଯ୍ୟ କରିଥାଏ । ରାଶି ତେଲରୁ ଓମେଗା- ୩ ଫ୍ୟାଟି ଏସିଡ୍ ମିଳିଥାଏ । ଏହା ବ୍ୟତୀତ ଏଥିରେ ସେସାମୋଲିନ ପରି ଆଣ୍ଟିଅକ୍ସିଡାଣ୍ଟ ଅଛି । ଯାହା ହାର୍ଟକୁ ସୁସ୍ଥ ରଖେ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ହାଇ କୋଲେଷ୍ଟ୍ରଲ ଲେବଲକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ ଧଳା ରାଶି ପ୍ରଭାବଶାଳୀ ।
ହାଡ଼ ମଜବୁତ କରେ: ଧଳା ରାଶିରୁ ପ୍ରସ୍ତୁତ ଜିନିଷ କ୍ୟାଲସିୟମ ଅଭାବକୁ ଦୂର କରିଥାଏ । ରାଶି ମଞ୍ଜି ଖାଇବା ଦ୍ୱାରା ହାଡ ମଜବୁତ ହୋଇଥାଏ । ରାଶିରେ ମ୍ୟାଗ୍ନେସିୟମ୍ ଏବଂ ଜିଙ୍କ ମଧ୍ୟ ରହିଥାଏ । ଯାହା ହାଡ ଏବଂ ଗଣ୍ଠି ଯନ୍ତ୍ରଣାରୁ ଆରାମ ଦେଇଥାଏ ।
ହଜମ ପ୍ରକ୍ରିୟାକୁ ଉନ୍ନତ କରେ: ଧଳା ରାଶି ଫାଇବରରେ ଭରପୂର । ଯାହା ଆପଣଙ୍କ ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ । ଯେଉଁ ଲୋକମାନେ ପ୍ରତିଦିନ ରାଶି ମଞ୍ଜିରୁ ପ୍ରସ୍ତୁତ ଜିନିଷ ଖାଆନ୍ତି, ସେମାନଙ୍କୁ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହିପରି ଲୋକଙ୍କ ପେଟ ସଫା ରହିଥାଏ ଏବଂ ହଜମ ସହ ଜଡିତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
କେଶ ଓ ସ୍କିନ୍ ପାଇଁ ଲାଭଦାୟକ: ଧଳା ରାଶି ମଞ୍ଜି ଖାଇବା କେବଳ ଆପଣଙ୍କ ପେଟ ଏବଂ ଶରୀର ପାଇଁ ଲାଭଦାୟକ ନୁହେଁ ବରଂ ଏହା କେଶ ଏବଂ ସ୍କିନକୁ ମଧ୍ୟ ଭଲ ରଖିଥାଏ । ତେବେ ଧଳା ରାଶି ମଞ୍ଜି ଖାଇବା ଦ୍ୱାରା ଶରୀରକୁ ଭିଟାମିନ୍ E ଏବଂ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ । ଯାହା କେଶକୁ ଭଲ ରଖେ । ଏହା ସ୍କିନର ଆର୍ଦ୍ରତା ଏବଂ ଚମକକୁ ବଜାୟ ରଖିବାରେ ସାହାଯ୍ୟ କରେ । ଏପରି ଭାବେ କେଶ ଝଡ଼ିବା ସମସ୍ୟା ମଧ୍ୟ ଦୂର ହୋଇଯାଏ ।