ନୂଆଦିଲ୍ଲୀ,୧୧/୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଆଜି ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଭର୍ଚୁଆଲ ବୈଠକ ହୋଇଛି। ଦୁଇ ରାଷ୍ଟ୍ରନେତା ବିଭିନ୍ନ ବୈଶ୍ୱିକ ପ୍ରସଙ୍ଗ ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଏବଂ ସହଭାଗୀତା ଉପରେ ଆଲୋଚନା କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ସ୍ଥିତିକୁ ଚିନ୍ତାର ବିଷୟ ବୋଲି କହିଥିଲେ। ନିକଟରେ ବୁଚା ସହରରେ ନିର୍ଦ୍ଦୋଶ ନାଗରିକଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଛନ୍ତି। ଆମେ ଏହାକୁ ନିନ୍ଦା କରିବା ସହ ଏହ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଥିଲୁ। ଆମର ଆଶା ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଶାନ୍ତି ଆଲୋଚନା ମାଧ୍ୟମରେ ଏହାର ସମାଧାନ ବାହାରିବ। ପ୍ରଧାନମନ୍ତ୍ରୀ କହିଥିଲେ, ମୁଁ ୟୁକ୍ରେନ ଏବଂ ରୁଷର ରାଷ୍ଟ୍ରପତିଙ୍କ ସହ ଅନେକ ଥର ଫୋନରେ କଥା ହୋଇଛି। ଆଲୋଚନାରେ କେବଳ ଶାନ୍ତିର ଅପିଲ ନୁହେଁ, ବରଂ ରାଷ୍ଟ୍ରପତି ପୁଟିନଙ୍କୁ ୟୁକ୍ରେନ ରାଷ୍ଚ୍ରପତିଙ୍କ ସହ ସିଧା ଆଲୋଚନା କରିବାକୁ ପରାମର୍ଶ ଦେଇଥିଲି। ଆମ ସଂସଦରେ ମଧ୍ୟ ଏହା ଉପରେ ବିସ୍ତୃତ ଆଲୋଚନା ହୋଇଥିବା ପିଏମ ମୋଦି କହିଥିଲେ।
ୟୁକ୍ରେନ ନାଗରିକଙ୍କ ସୁରକ୍ଷା ଏବଂ ମାନବୀୟ ସହୟତା ଉପରେ ଗୁରୁତ୍ୱ ଦେଇଛୁ। ଆମେ ଔଷଧ ଏବଂ ଅନ୍ୟ ସାମଗ୍ରୀ ୟୁକ୍ରେନ ଏବଂ ଏହାର ପଡୋଶୀ ରାଷ୍ଟ୍ରକୁ ପଠାଇଛୁ। ୟୁକ୍ରେନର ନିବେଦନରେ ଖୁବଶୀଘ୍ର ଔଷଧ ଗୁଡିକର ଆଉ ଏକ କଣ୍ଟେନମେଣ୍ଟ ପଠାଇବୁ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଭର୍ଚୁଆଲ ସାକ୍ଷାତ କରି ଖୁସି ବ୍ୟକ୍ତ କରିଛନ୍ତି ଜୋ ବାଇଡେନ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଆମେ ଏକ ମଜୁବତ ଏବଂ ପ୍ରମୁଖ ପ୍ରତିରକ୍ଷା ସହଭାଗୀତାର ଅଂଶଦାର। ଆମର ସହଭାଗୀତା ଆମର ଲୋକ ଏବଂ ଆମର ମୂଲ୍ୟବୋଧ ଉପରେ ଆଧାରିତ। ୟୁକ୍ରେନବାସୀଙ୍କ ପାଇଁ ଭାରତର ମାନବୀୟ ସମର୍ଥନକୁ ମୁଁ ସ୍ୱାଗତ କରୁଛି। ଆମର ନିରନ୍ତର ପରାମର୍ଶ ଏବଂ ସମ୍ୱାଦ ଦର୍ଶାଉଛି ଭାରତ ଏବଂ ଆମେରିକାର ସମ୍ପର୍କ ଅଧିକ ମଜବୁତ ହେଉଛି।