ନୂଆଦିଲ୍ଲୀ, ୨୨/୦୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ରାଜନୀତିରେ ଇତିହାସ ସୃଷ୍ଟି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସବୁଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଶାସନ ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇବାର ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳକୁ ମିଶାଇ ମୋଟ ୮, ୯୩୧ ଦିନ ସରକାର ମୁଖ୍ୟ ଭାବରେ ପୂରଣ କରିଛନ୍ତି। ସେ ସିକିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମଲିଂଙ୍କ ୮,୯୩୦ ଦିନର ରେକର୍ଡକୁ ଅତିକ୍ରମ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କ୍ରମାଗତ ତିନୋଟି ଲୋକସଭା ନିର୍ବାଚନରେ ବିଜୟ ହାସଲ କରିବା ସହ ଦେଶର ବିକାଶ ପ୍ରକ୍ରିୟାରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି।ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ, ସେତେବେଳେ ରାଜ୍ୟ ଭୟଙ୍କର ଭୂକମ୍ପ, ବାତ୍ୟା ଓ ମରୁଡ଼ି ପରି ବିପର୍ଯ୍ୟୟ ଦେଇ ଗତି କରୁଥିଲା। ଏହି ଚ୍ୟାଲେଞ୍ଜଗୁଡ଼ିକ ତାଙ୍କୁ ଜନସେବା ପାଇଁ ଅଧିକ ସୁଦୃଢ଼ କରିଥିଲା। “ସବୁବେଳେ ଗରିବଙ୍କ ପାଇଁ କାମ କରିବା ଓ କେବେବି ଲାଞ୍ଚ ନେବ ନାହିଁ” ତାଙ୍କ ମାଆଙ୍କ ଏହି ପରାମର୍ଶ ତାଙ୍କ ସାର୍ବଜନୀନ ଜୀବନର ମୂଳମନ୍ତ୍ର ହୋଇ ରହିଛି ବୋଲି ସେ ପ୍ରକାଶ କରିଛନ୍ତି।