ସମ୍ପର୍କୀୟା ଭାଣିଜୀଙ୍କୁ ଡେଟିଂ କରୁଛନ୍ତି ପ୍ରଭୁଦେବା : ଖୁବ୍ ଶୀଘ୍ର କରିବେ ଦ୍ବିତୀୟ ବିବାହ

ମୁମ୍ବାଇ, ୧୩/୧୧ : ଅଭିନେତା, କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ପ୍ରଭୁଦେବା ପୁଣିଥରେ ପ୍ରେମରେ ପଡିଛନ୍ତି । ବିବାଦ କାରଣରୁ ତାଙ୍କ ପତ୍ନୀ ରାମଲାଥାଙ୍କଠାରୁ ଅଲଗା ହେବା ଏବଂ ଅଭିନେତ୍ରୀ ତଥା ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ନୟନଥାରାଙ୍କ ସହ ସମ୍ପର୍କ ଭାଙ୍ଗିବା ପରେ ପ୍ରଭୁଦେବା ଦ୍ୱିତୀୟ ଥର ବାହା ହେବାକୁ ଯାଉଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ ପ୍ରଭୁଦେବା ତାଙ୍କ ସମ୍ପର୍କୀୟା ଭାଣିଜୀଙ୍କ ସହ ସମ୍ପର୍କ ରଖିଛନ୍ତି ଏବଂ ଖୁବ୍ ଶୀଘ୍ର ତାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

ସୂଚନା ଯୋଗ୍ୟ, ୨୦୧୧ ମସିହାରେ ତାଙ୍କର ପ୍ରଥମ ପତ୍ନୀଙ୍କୁ ସେ ଛାଡ଼ପତ୍ର ଦେଇଥିଲେ । ଏହାପରେ ମାଲୟଲାମ ତଥା ଦକ୍ଷିଣର ପ୍ରସିଦ୍ଧ ଅଭିନେତ୍ରୀ ନୟନତାରାଙ୍କ ସହ ତାଙ୍କର ପ୍ରେମ ଚାଲିଥିବା ଚର୍ଚା ଚାଲିଥିଲା । ମାତ୍ର ସେହି ପ୍ରେମ କେବଳ ସେଇଠି ଅଟକିଗଲା । ନୟନତାରା ଆଉ ପ୍ରଭୁଙ୍କ ରାସ୍ତା ଏବେ ଅଲଗା। ଆଉ ପ୍ରଭୁ ତାଙ୍କ ଜୀବନର ଦ୍ବିତୀୟ ଇନିଂସ ଖୁବ୍ ଶୀଘ୍ର ଆରମ୍ଭ କରିବେ ବୋଲି ସୂଚନା ମିଳିଛି । ପ୍ରଭୁଙ୍କ ପ୍ରଥମ ପତ୍ନୀ ପକ୍ଷରୁ ୩ ଜଣ ପିଲାଙ୍କ ମଧ୍ୟରୁ ବଡ଼ ପୁଅ କର୍କଟ ରୋଗରେ ମୃତ୍ୟୁବରଣ କରିଛି । ଆଉ ଦୁଇ ପିଲା ଏବେ ପ୍ରଭୁଙ୍କ ପାଖରେ ରହୁଛନ୍ତି ।