ଆଜି ଅପରାହ୍ନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ପ୍ରଦୀପ୍ତ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଥମେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ଆସି ଦାୟିତ୍ୱ ଗ୍ରହଣ କରିଥିଲେ।
ସୂଚନାଯୋଗ୍ୟ, ଗତ ସୋମବାର ପ୍ରଦୀପ ଜେନାଙ୍କୁ ମୁଖ୍ୟ ପ୍ରଶାସକ ପଦବୀରୁ ରାଜ୍ୟ ସରକାର ବଦଳି କରି ପ୍ରଦୀପ୍ତ ମହାପାତ୍ରଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦେଇଥିଲେ। ଏହା ପୂର୍ବରୁ ୨୦୧୦ ଏପ୍ରିଲ ୨୭ ରୁ ୨୦୧୨ ମେ ୧୩ ପର୍ଯ୍ୟନ୍ତ ପ୍ରଦୀପ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି।
ତେବେ ସେଠାକାର କର୍ମଚାରୀ ନୂତନ ମୁଖ୍ୟ ପ୍ରଶାସକଙ୍କୁ ସାକ୍ଷାତ କରିଥିଲାବେଳେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିବା ସୂଚନା ରହିଛି ।
Prev Post