ନୃସଂଶତା ସୀମା ଲଙ୍ଘିଲା, ଅନୁଗୁଳ ଜିଲା ରାଜକିଶୋର ନଗର ଥାନା ଅନ୍ତର୍ଗତ ବରପଦର ଗ୍ରାମରେ ଘଟିଛି ଏଭଳି ଅମାନବିକ କାଣ୍ଡ । ମିଳିଥିବା ସୂଚନା ଅନୁଯାୟୀ ଅନୁଗୁଳ ଜିଲା ରାଜକିଶୋର ନଗର ଥାନା ଅନ୍ତର୍ଗତ ବରପଦର ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ପୁଅ ଦୁଃଖିଶ୍ୟାମ ବଘାର ବାପା କରୁଣାକର ବଘାର ଓ ମା’ ଚମ୍ପା ବାଘାରଙ୍କୁ ହାତୁଡ଼ିରେ ନିର୍ମମ ଭାବେ ପିଟି ପିଟି ହତ୍ୟା କରିଛି। ଅଭିଯୁକ୍ତ ଦୁଃଖିଶ୍ୟାମକୁ ପୁଲିସ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ଦୁଃଖିଶ୍ୟାମ ତାଙ୍କ ସ୍ତ୍ରୀଙ୍କୁ ପିଟୁଥିବା ବେଳେ ବାପା ମା’ ବାରଣ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଦୁଃଖିଶ୍ୟାମ ଏଭଳି ଉନ୍ମତ୍ତ କାଣ୍ଡ ଭିଆଇଥିଲା। ଦିନକୁ ଦିନ ବଢୁଥିବା ଏଭଳି କାଣ୍ଡ ସମାଜ ଉପରେ ଏକ କୁ ବାତାବରଣ ର କଲା ବଦଳ ହୋଇ ଘନେଇ ଆସୁଛି । ତେବେ ଘଟଣା ର ତଦନ୍ତ କରାଯାଇ ଦୋଷୀ କୁ ଦଣ୍ଡ ଦେବା ଜରୁରୀ ହୋଇ ପଡିଛି
