ଭୁବନେଶ୍ୱର, ୧୮/୦୭ : ଆସନ୍ତା ଅଗଷ୍ଟ ୪ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିପାରନ୍ତି । ସାନଖେମୁଣ୍ଡି ବ୍ଲକ ତପ୍ତପାଣି ଉଷ୍ମ ପ୍ରସ୍ରବଣ ପର୍ଯ୍ୟଟନ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇନଥିଲେ ବି ଜିଲ୍ଲାପାଳ ଭି. କୀର୍ତ୍ତିଭାସନ, ବ୍ରହ୍ମପୁର ଏସପି ଡ. ସରବଣା ବିବେକ ଏମ, ଗଞ୍ଜାମ ଏସପି ହରିଶ ବିଶି ଅନ୍ୟ ଅଧିକାରୀଙ୍କ ସହ ତପ୍ତପାଣିରେ ସ୍ଥିତି ପରଖିଛନ୍ତି ।
