ଓଡିଶା ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର, ୩୦/୧୦ : ବଦଳିଲା ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ । ତିନି ଦିନ ଓଡ଼ିଶାରେ ରହିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନଭେମ୍ବର ୩ରୁ ୫ ତାରିଖ ଯାଏଁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ଏହି ଗସ୍ତ ଅବସରରେ ରେଳ ଯୋଗାଯୋଗ, ସ୍ୱାସ୍ଥ୍ୟସେବା, କ୍ରୀଡ଼ା ଓ ଆଦିବାସୀ ସଂସ୍କୃତିକୁ ଗୁରୁତ୍ୱ ଦିଆଯିବ । ଏଥିସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି ।