ବାଲିଯାତ୍ରା ପାଇଁ ବଢ଼ିଲା ପ୍ଲଟ୍ ପଞ୍ଜୀକରଣ ଅବଧି, ୩୧ ଯାଏଁ ମିଳିବ ସୁଯୋଗ

ଭୁବନେଶ୍ୱର, ୩୦/୧୦ : କଟକ ବାଲିଯାତ୍ରାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଜୋରଦାର ଉତ୍ସାହ। ଷ୍ଟଲ୍‌ ପକାଇବା ପାଇଁ ଏବେ ସୁଦ୍ଧା ପ୍ରାୟ ୧୦୦୦ ପ୍ଲଟ୍‌ର ପଞ୍ଜୀକରଣ ଶେଷ ହୋଇଛି । ଆଉ ଅଳ୍ପ କିଛି ପ୍ଲଟ୍ ଖାଲି ଥିବାରୁ ପଞ୍ଜୀକରଣ ଅବଧିକୁ ବଢ଼ାଇଛି ପ୍ରଶାସନ । ଅକ୍ଟୋବର ୩୧ ଯାଏଁ ପଞ୍ଜୀକରଣ କରିପାରିବେ ଆଗ୍ରହୀ ବ୍ୟବସାୟୀ ଓ ବିଭିନ୍ନ ଅନୁଷ୍ଠାନ । ନଭେମ୍ବର ୨୪ରୁ ଡିସେମ୍ବର ୧ ଯାଏଁ ମହାନଦୀ ତଟରେ ଆୟୋଜିତ ହେବ ଐତିହାସିକ ବାଲିଯାତ୍ରା।