ନୂଆଦିଲ୍ଲୀ, ୨୧/୦୫ : ପୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡକୁ ଗୁଳି କରି ହତ୍ୟା । ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହମଜା ବୁରହାନକୁ ପାକିସ୍ତାନରେ ଜଣେ ଅଜଣା ବ୍ୟକ୍ତି ଗୁଳି କରି ଫେରାର ହୋଇଯାଇଛି । ସୁରକ୍ଷା ଏଜେନ୍ସୀ ମୁତାବକ, ଦୀର୍ଘ ସମୟ ଧରି ଭାରତ ବିରୋଧୀ ଆତଙ୍କୀ ଗତିବିଧିରେ ସାମିଲ ଥିଲା । ପାକିସ୍ତାନର ମୁଜାଫରାବାଦରେ ଆତଙ୍କବାଦୀ ହମଜା ବୁରହାନଙ୍କୁ ଗୁଳି କରାଯାଇଥିଲା । ମୁଜାଫରାବାଦ ପାକିସ୍ତାନ ଅଧିକୃତ କଶ୍ମୀରରେ ଅଛି । ଦୀର୍ଘ ୭ ବର୍ଷ ପୂର୍ବେ ହମଜା ବୁରହାନକୁ ବୈଧ ଦସ୍ତାବିଜ ଜରଆରେ ପାକିସ୍ତାନ ପଠାଯାଇଥିଲା । ଏଠାରେ ଆତଙ୍କୀ ସଂଗଠନ ଅଲ-ବଦ୍ର ଯୋଗ ଦେଇଥିଲା । ଏହାପରେ ସଗଠନର ଅପରେସନାଲ କମାଣ୍ଡର ହୋଇଥିଲା । ପାକିସ୍ତାନରେ. ରହି କଶ୍ମୀରରେ ଆତଙ୍କୀକୁ ଭର୍ତ୍ତି କରିବା ଠାରୁ ଆରମ୍ଭ କରି ଫଣ୍ଡିଂ, ଅସ୍ତ୍ରଶସ୍ତ୍ର ଯୋଗାଇବା ନେଟୱାର୍କ ଚଲାଉଥିଲା ।
ଭାରତୀୟ ସୁରକ୍ଷା ଏଜେନ୍ସୀ ଦୀର୍ଘଦିନରୁ ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ରହିଥିଲା । ଭାରତ ସରକାରଙ୍କ ଗ୍ହ ମନ୍ତ୍ରଣାଳୟ ୨୦୨୨ରେ ଅଫିସିଆଲ ଭାବେ ଆତଙ୍କବାଦୀ ଘୋଷଣା କରିଥିଲା । ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣର ଜଣେ ମାଷ୍ଟରମାଇଣ୍ଡ ବୋଲି ଭାରତ କହିଥିଲା । ମାମଲାରେ ତଦନ୍ତ କରିବା ପରେ ଭାରତ ସରକାର ୨୦୨୨ ମସିହାରେ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA) ଅନୁଯାୟୀ ହମଜା ବୁରହାନକୁ ଆତଙ୍କବାଦୀ ଘୋଷଣା କରିଥିଲେ । ୧୪ ଫେବୃଆରୀ ୨୦୧୯ରେ, ଜେଇଏମ୍ ଆତଙ୍କବାଦୀ ଲେଥପୋରାରେ ଏକ ବିସ୍ଫୋରକ ଭର୍ତ୍ତି କାର ନେଇ CRPFର ଏକ କନଭୟକୁ ଧକ୍କା ଦେଇଥିଲା । ଘଟଣାରେ ୪୦ ଜଣ ଯବାନ ସହିଦ ହୋଇଥିଲେ । ଏହି ଆକ୍ରମଣର ଜବାବରେ କିଛି ଦିନ ପରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଏକ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା ।