ଭୁବନେଶ୍ୱର, ୨୬/୦୮ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ପ୍ରସ୍ତୁତ ଏକ ଆନିମେସନ୍ ଫିଲ୍ମର ବିବାଦ ଏବଂ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିର୍ଣ୍ଣୟ ସମ୍ପର୍କରେ ମୁକ୍ତିମଣ୍ଡପ ପଣ୍ଡିତ ସଭା ଗଜପତି ମହାରାଜାଙ୍କୁ ଏକ ଚିଠି ଲେଖିଛନ୍ତି। ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିର୍ଣ୍ଣୟକୁ ନେଇ ଗଜପତିଙ୍କୁ ଚିଠି ଦ୍ବାରା ଅବଗତ କଲେ ମୁକ୍ତିମଣ୍ଡପ ପଣ୍ଡିତ ସଭା। ଗଜପତିଙ୍କ ଶ୍ରୀନହର କାର୍ଯ୍ୟାଳୟ ପକ୍ଷରୁ ମୁକ୍ତିମଣ୍ଡପ ସମ୍ପର୍କିତ ଚିଠି ପ୍ରକାଶ। ଆନିମେସନ ଫିଲ୍ମ ଦ୍ବାରା ଶ୍ରୀଜଗନ୍ନାଥଙ୍କ ପରମ୍ପରା, ସଂସ୍କୃତି ଓ ତତ୍ତ୍ବ ନଷ୍ଟ ହେଉଛି। ଫିଲ୍ମରେ ଜଗନ୍ନାଥଙ୍କୁ ବିକୃତ ଭାବେ ଦର୍ଶାଯାଇଛି। ଏହା ଅକ୍ଷମଣୀୟ ଅପରାଧ ‘ଆଇନ ସମ୍ମତ ନୁହେଁ ଫିଲ୍ମ ରିଲିଜ। ସମସ୍ତ ମାଧ୍ୟମରେ ଏହାର ପ୍ରସାରଣ ଉପରେ ରୋକ ଲଗାଇବାକୁ ଦାବି ହୋଇଛି। ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତିର ପୁନର୍ବିଚାର ହେବା ଆବଶ୍ୟକ। ସୁପ୍ରିମକୋର୍ଟ ଏହି ଚଳଚ୍ଚିତ୍ରର ମୁକ୍ତିଲାଭ ବିରୋଧରେ ଓଡ଼ିଶା ସରକାରଙ୍କ ଆବେଦନକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି । ସେ ଏହା କହିଛନ୍ତି ଯେ ଦେଶରେ ସୃଜନଶୀଳତା ବୃଦ୍ଧି ପାଉଛି ଏବଂ ଆନିମେସନ୍ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ।iବିଚାରପତି ବିଭି ନାଗରତ୍ନ ଏବଂ ଆର ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଯୁକ୍ତି ଶୁଣିବା ପରେ, ଖଣ୍ଡପୀଠ ଚଳଚ୍ଚିତ୍ରର ମୁକ୍ତିଲାଭକୁ ଅନୁମତି ଦେଇଥିବା ପୂର୍ବ ନିର୍ଦ୍ଦେଶକୁ ସଂଶୋଧନ କରିବାକୁ ମନା କରିଦେଇଛନ୍ତି । ଖଣ୍ଡପୀଠ ମତ ଦେଇଛନ୍ତି ଯେ ଆନିମେସନ୍ ହେଉଛି ପିଲାମାନଙ୍କ ପାଇଁ ସୃଷ୍ଟି ହୋଇଥିବା କଳାର ଏକ ନୂତନ ରୂପ ଏବଂ ଏପରି ଆବେଦନ ଯୋଗୁଁ ଏହାକୁ ହ୍ରାସ କରାଯାଇପାରିବ ନାହିଁ ।