ଆଜି ଶରତ ପୂର୍ଣ୍ଣିମା : ଧନସମ୍ପତ୍ତି ବୃଦ୍ଧି ପାଇଁ କରନ୍ତୁ ଏହି ଉପାୟ

ଆଶ୍ୱିନ ମାସର ପୂର୍ଣ୍ଣିମା ତିଥିକୁ ଶରତ ପୂର୍ଣ୍ଣିମା ବୋଲି କୁହାଯାଏ। ଧାର୍ମିକ ମତାନୁଯାୟୀ ଏହି ତିଥି ଖୁବ ମହତ୍ତ୍ୱପୂର୍ଣ୍ଣ। ଏହି ପର୍ବକୁ ମା’ଲକ୍ଷ୍ମୀଙ୍କ ଜନ୍ମଦିନ ରୂପେ ପାଳନ କରାଯାଏ ବୋଲି କୁହାଯାଏ। କୁହାଯାଏ ଶରତ ପୂର୍ଣ୍ଣିମାରେ ରାତିରେ କିଛି ଏପରି ଉପାୟ ରହିଛି ଯାହାକୁ ପାଳନ କରିବା ଦ୍ୱାରା ଘରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ଜାଣନ୍ତୁ…

ଏହି ଦିନ ରାତିରେ ଉଜାଗର ରୁହନ୍ତୁ। ଏହାସହ ଖିରୀ ପ୍ରସ୍ତୁତ କରି ଏକ ପାତ୍ରରେ ସାରା ରାତି ଚନ୍ଦ୍ରମାଙ୍କ କିରଣରେ ରଖନ୍ତୁ। ଏହିଦିନ ଚିନ୍ଦ୍ରମାରୁ ଅମୃତ ବର୍ଷା ହୋଇଥାଏ ବୋଲି କୁହାଯାଏ। ତେଣୁ ରାତି ଯାକ ଏହି ଖିରୀ ରଖିବା ଖୁବ ଶୁଭ ଓ ଘରେ ଧନସମ୍ପତ୍ତି ଆଦି ବୃଦ୍ଧି ହୋଇଥାଏ।ଏହିଦିନ ରାତିରେ ଉଜାଗର ରହିବା ସହ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କ ନାମ ସ୍ମରଣ କରନ୍ତୁ। ରାତି ସାରା ଛାତରେ ରଖିଥିବା ଖିରୀକୁ ନିଶ୍ଚୟ ସେବନ କରନ୍ତୁ।
ଏହିଦିନ ମା’ଲକ୍ଷ୍ମୀଙ୍କ ପୂଜା କରିବା ଦ୍ୱାରା ସମସ୍ତ କରଜରୁ ମୁକ୍ତି ମିଳିଥାଏ। ଏହିଦିନ ଶ୍ରୀସୁକ୍ତମ ପାଠ, ବିଷ୍ଣୁ ସହସ୍ରନାମ ଆଦି ଜପ କରନ୍ତୁ ଅଥବା ଶୁଣନ୍ତୁ।
ଏହି ପୂର୍ଣ୍ଣିମା ଦିନ ମା’ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ସହ ମା’ଲକ୍ଷ୍ମୀଙ୍କ ମନ୍ତ୍ର ମଧ୍ୟ ଜପ କରନ୍ତୁ। ତୁଳସୀଙ୍କ ନିକଟରେ ଭୋଗ, ଧୂପ, ଦୀପ, ଜଳ ନିଶ୍ଚୟ ଅର୍ପଣ କରନ୍ତୁ।
ମା’ଲକ୍ଷ୍ମୀଙ୍କୁ ଗୁଆ ଖୁବ ପ୍ରିୟ। ଏହିଦିନ ମା’ଙ୍କ ନିକଟରେ ଗୁଆ ରଖି ପୂଜା କରନ୍ତୁ। ପୂଜା ପରେ ଏଥିରେ ଲାଲ ରେଶମୀ ସୂତା ଗୁଡ଼ାଇ, ଅକ୍ଷତ,କୁଙ୍କୁମ, ପୁଷ୍ପ ଦ୍ୱାରା ପୂଜା କରି ଆଲମିରାରେ ରଖନ୍ତୁ। ଧନର ଆଦୌ ଅଭାବ ରହିବ ନାହିଁ।
ଏହିଦିନ ଚନ୍ଦ୍ରମାଙ୍କ ରଶ୍ମି ସମୟରେ ଅର୍ଥାତ ସନ୍ଧ୍ୟା ସମୟରେ ମା’ଲକ୍ଷ୍ମୀଙ୍କ ପୂଜା କରିବା ଦ୍ୱାରା ବ୍ୟକ୍ତିଙ୍କୁ ଧନ ଲାଭ ହୋଇଥାଏ।
ଏହାସହ ଏହିଦିନ ପ୍ରଭୁ ହନୁମାନଙ୍କ ନିକଟରେ ଚାରିମୁଖ ଦୀପ ଲଗାନ୍ତୁ।