ନୂଆଦିଲ୍ଲୀ, ୨୦/୦୭ : ପେପର ଲିକ୍ ଏବଂ ଦେଶର ଶିକ୍ଷା ବ୍ୟବସ୍ଥା ବିରୋଧରେ ଗର୍ଜିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ପ୍ରବଳ ବର୍ଷା ସତ୍ତ୍ୱେ ଡେହେରାଦୂନର ସନାତନ ଧର୍ମ ଇଣ୍ଟର କଲେଜ ପଡ଼ିଆରେ ଦେଖିବାକୁ ମିଳିଥିଲା ହଜାର ହଜାର ଛାତ୍ରଛାତ୍ରୀଙ୍କ ଭିଡ଼ । ‘ଛାତ୍ରୋଁ କୀ ଗୁଞ୍ଜ’ ଅଭିଯାନ ଜରିଆରେ ସିଧାସଳଖ ନିଟ୍ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ରାହୁଲ । । ମୁଷଳଧାରାରେ ବର୍ଷା… ତା’ରି ଭିତରେ କାର୍ଯ୍ୟକ୍ରମ ସ୍ଥଳକୁ ଛୁଟି ଆସୁଛନ୍ତି ହଜାର ହଜାର ଯୁବକ ଏବଂ ଛାତ୍ରଛାତ୍ରୀ । ଉତ୍ତରାଖଣ୍ଡ ଡେହେରାଦୂନର ବନ୍ନୁ କଲେଜ ପଡ଼ିଆ ଆଜି ଯୁବ ଶକ୍ତିର ସ୍ୱରରେ କମ୍ପି ଉଠିଥିଲା ।
