ଆଜିର ରାଶିଫଳ (ମଙ୍ଗଳବାର)

ତା : ୨୬ / ୧୦ /୨୦୨୧

ମେଷ : ସରକାରୀ କାମରେ ବଡ଼ ଲୋକଙ୍କ ସାହାଯ୍ୟ ପାଇବେ। ଆପଣଙ୍କ ମନ ପ୍ରସନ୍ନ ରହିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ ରହିବ।

ବୃଷ : ନିଜର ଯୋଜନାକୁ ଗୋପନୀୟ ରଖନ୍ତୁ। କାରବାରରେ ଆପଣଙ୍କୁ ଲାଭ ମିଳିବ। ଜୀବନସାଥୀଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହେବ।

ମିଥୁନ : ଧନ ସମ୍ବନ୍ଧୀୟ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ନୂଆ କାର୍ଯ୍ୟ ପାଇଁ ଆଗ୍ରହ ବଢ଼ିବ। କିଛି ବିଶେଷ ଜାଗାରେ ଆପଣଙ୍କର ପ୍ରଶଂସା ହେବ।

କର୍କଟ : ପଡ଼ୋଶୀ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି। ଜୀବନରେ କୌଣସି କ୍ଷେତ୍ରରେ ସୁଧାରେ ହେବ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି।

ସିଂହ : ଅଫିସରେ ଅଧୁରା ଥିବା କାମ ସଂପୂର୍ଣ୍ଣ ହୋଇଯିବ। ଦ୍ରୁତ ଗତିରେ କାରବାର ବୃଦ୍ଧି ପାଇବ। କୌଣସି ପୁରୁଣା ବନ୍ଧୁ ସହିତ ମିଶିବା ଲାଗି ମନରେ ଇଚ୍ଛା ହେବ।

କନ୍ୟା : ଏକାଗ୍ରତା ସହ କରୁଥିବା କାମରେ ସଫଳ ହେବେ। ଜୀବନକୁ ଉତ୍କୃଷ୍ଟ କରିବା ଲାଗି ଚେଷ୍ଟା କରିବେ। କୌଣସି ସମାରୋହକୁ ଯିବା ପାଇଁ ଭାବି ପାରନ୍ତି।

ତୁଳା : ବ୍ୟବସାୟୀଙ୍କୁ ନୂଆ ଉତ୍ସ ମିଳିବ। ବନ୍ଧୁ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।

ବିଛା : ସଙ୍ଗୀତ କ୍ଷେତ୍ରରେ ଥିବା ଲୋକେ ଭଲ ପ୍ରଦର୍ଶନ କରିବେ। ନୂଆ କୌଶଳ ପ୍ରୟୋଗ କଲେ ବ୍ୟବସାୟ ବୃଦ୍ଧି ପାଇବ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ।

ଧନୁ : କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ଧନ ସଂପଦ ବୃଦ୍ଧି ହେବ।ଆପଣଙ୍କ ଭିତରେ ଅତ୍ୟଧିକ ଆତ୍ମବିଶ୍ବାସ ରହିବ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ।

ମକର : ନୂଆ ଲୋକଙ୍କ ସହିତ ସଂଯତରେ ରୁହନ୍ତୁ। ଜୀବନରେ କିଛି ପରିବର୍ତ୍ତନ ଆସିବ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ।

କୁମ୍ଭ : ବ୍ୟବସାୟରେ କୌଣସି ନୂଆ ଗ୍ରୁପ ସହିତ ଯୋଡ଼ିହେବାକୁ ଭାବି ପାରନ୍ତି। ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। ଖେଳାଳିମାନଙ୍କ ଲାଗି ଦିନଟି ଭଲ।

ମୀନ : ସରକାରୀ କାମରେ କୌଣସି ବଡ଼ ଲୋକଙ୍କ ସାହାଯ୍ୟ ପାଇବେ। ଆପଣଙ୍କ ମନ ପ୍ରସନ୍ନ ରହିବ। ବେପାରୀଙ୍କୁ ଧନଲାଭ ହେବ। ବୈବାହିକ ଜୀବନ ପ୍ରୀତିକର ହେବ।