ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ । ଏ ନେଇ ଆଜି ହୋଇଥିବା ନିଲାମୀ ପ୍ରକ୍ରିୟାରେ ନିଷ୍ପତ୍ତି ନିଆଯାଇଛି । ଅହମ୍ମଦାବାଦକୁ CVC କ୍ୟାପିଟାଲ ପାର୍ଟନର୍ସ କିଣିଥିବା ବେଳେ ଲକ୍ଷ୍ନୌ ଟିମକୁ କିଣିଛି RPSG ଗ୍ରୁପ୍ ।
ଆଗାମୀ ଆଇପିଏଲରେ ୨ଟି ନୂଆ ଟିମ୍ ଚୟନ ହୋଇଛି । କଟକ ସହ ଲକ୍ଷ୍ନୌ, ଅହମ୍ମଦାଵାଦ୍, ଇନ୍ଦୋର, ଧର୍ମଶାଳା, ଗୌହାଟୀ ନୂଆ ଟିମ୍ ରେସରେ ଥିଲେ । ନୂଆ ଟିମରେ କଟକ ସାମିଲ ହେଵ କି ନାହିଁ ସେ ନେଇ ଚର୍ଚ୍ଚା ହେଉଥିବା ବେଳେ ଶେଷରେ ଅହମ୍ମଦାବାଦ ଏବଂ ଲକ୍ଷ୍ନୌକୁ ସାମିଲ କରାଯାଇଛି ।
ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୨ରେ ୧୦ଟି ଦଳ ଖେଳିବା ପଥ ପରିଷ୍କାର ହୋଇଛି। ଦୁବାଇରେ ଦୁଇଟି ନୂତନ ଦଳ ପାଇଁ ବିଡିଂ ଲଗାଯାଇଛି। ଏଥିରେ ଅହମ୍ମଦାବାଦ ଓ ଲକ୍ଷ୍ନୌ ନାମରେ ଦୁଇଟି ନୂତନ ଦଳ ଆଇପିଏଲରେ ସାମିଲ୍ ହୋଇଛି। ଆଉ ଏଥିରେ ଲାଭବାନ ହୋଇଥିବା ବିସିସିଆଇ ଦୁଇ ଦଳରୁ ୧୨ ହଜାର କୋଟି ଟଙ୍କାରୁ ଅଧିକ ଆୟ କରିଛି।
ଲକ୍ଷ୍ନୌ ପାଇଁ ସଞ୍ଜୀବ ଗୋଏନିକାଙ୍କ ଗ୍ରୁପ ପକ୍ଷରୁ ପ୍ରାୟ ୭୦୦୦ କୋଟି ଟଙ୍କାର ବିଡିଂ ଲଗାଯାଇଥିବା ବେଳେ ଅହମ୍ମଦାବାଦ ପାଇଁ ବିଦେଶୀ କମ୍ପାନୀ ସିଭିସି ଗ୍ରୁପ ୫୬୦୦ କୋଟି ଟଙ୍କା ବିଡିଂ ଲଗାଇଛି। ବିସିସିଆଇ ଆଇପିଏଲର ଦୁଇଟି ଦଳରୁ ପ୍ରାୟ ୭ ରୁ ୧୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ଆୟ କରିବା ବୋଲି ଆଶା ରଖିଥିଲା। ହେଲେ ଆୟ ୧୨ ହଜାର କୋଟି ଟଙ୍କାରୁ ଅଧିକ ହୋଇଛି। ସଞ୍ଜୀବ ଗୋଏନିକାଙ୍କ ଗ୍ରୁପ ଏତେ ବଡ ପରିମାଣର ବୋଲି ଲଗାଇ ସଭିଙ୍କୁ ଆଶ୍ଚର୍ଯ୍ୟଚକିତ କରିଛନ୍ତି।
ସୂଚନାଯୋଗ୍ୟ, ଆଜି ଦୁଵାଇରେ ଖୋଲାଯାଇଥିଲା ଵିଡ୍ ପେପର । ବିସିସିଆଇ ପ୍ରତି ଫ୍ରାଞ୍ଚାଇଜ୍ର ବେସ୍ ପ୍ରାଇସ୍ (ମୂଲ୍ୟ ଦର) ୨୦୦୦ କୋଟି ଟଙ୍କା ରଖିଥିଲା । ମୋଟ୍ ୨୨ଟି କମ୍ପାନୀ ନୂଆ ଟିମ୍ କିଣିଵା ପାଇଁ ଵିଡିଙ୍ଗ କରିଥିଲେ । ପ୍ରମୁଖ ଵିଡର୍ ମଧ୍ୟରେ ଥିଲେ ମାଞ୍ଚେଷ୍ଟର ୟୁନାଇଟେଡ କ୍ଲଵ ମାଲିକ । ଜିନ୍ଦଲ ଷ୍ଟିଲ , ଟରେଣ୍ଟ ଫାର୍ମା ଓ ହିନ୍ଦୁସ୍ତାନ ଟାଇମସ୍ ଗ୍ରୁପ୍ ମଧ୍ୟ ଵିଡିଙ୍ଗରେ ସାମିଲ ହୋଇଥିଲେ । ମୋଟ ୬ଟି ସହର ମଧ୍ୟରୁ ଦୁଇଟି ସହରକୁ ନେଇ ହୋଇଥିଲା ନୂଆ ଫ୍ରାଞ୍ଚାଇଜ୍ । ଆଗାମୀ ସିଜିନରେ ଏହି ୨ଟି ନୂଆ ଟିମ୍କୁ ସାମିଲ କରାଯିବାର ସୂଚନା ମିଳିଛି ।