ଆଜିର ରାଶିଫଳ (ବୁଧବାର)

ତା : ୨୭ / ୧୦ / ୨୦୨୧

ମେଷ: ସାମର୍ଥ୍ୟର ପରିପ୍ରକାଶ ଘଟିବ। ଧନାଗମର ସୂଚନା ମିଳୁଛି। ସୁଖ ସମ୍ମାନ ଲାଭ କରିପାରନ୍ତି। ସରକାରୀ ସାହାଯ୍ୟ ପାଇପାରନ୍ତି। ଯାନବାହନ ସୁଖ ମିଳିବ। ବିଦ୍ୟାର୍ଥୀ ପରିଶ୍ରମୀ ହେବେ। ମହିଳାଙ୍କର ସୁଖ ଭୋଗ ଅଛି।

ବୃଷ: ଜନ ହିତକର କାର୍ୟ୍ୟ କରି ପ୍ରଶଂସାର ପାତ୍ର ହେବେ। ପଦ ପଦବୀରେ ମଣ୍ଡିତ ହୋଇପାରନ୍ତି। ଯାନବାହନ ସୁଖ ଅଛି। କର୍ମକ୍ଷେତ୍ରରେ ସମ୍ମାନିତ ହେବେ। ନୃତ୍ୟ ସଙ୍ଗୀତ ପ୍ରିୟ ହୋଇପାରନ୍ତି। ବିଦ୍ୟାର୍ଥୀ ସଫଳ ହେବେ। ମହିଳା ସୁଖୀ ହେବେ।

ମିଥୁନ: ବ୍ୟବସାୟ ପ୍ରତିଦ୍ୱନ୍ଦ୍ବିତାମୂଳକ ହେବ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। ପରୋପକାରୀ ହେବେ। ଭ୍ରାତୃ ବିବାଦ ଦେଖା ଦେଇପାରେ। ବିଦ୍ୟାର୍ଥୀ ଉଦ୍ୟମୀ ହେବେ। ମହିଳା କର୍ମ ନିପୁଣା ହେବେ।

କର୍କଟ: ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ବନ୍ଧୁଙ୍କଠାରୁ ସାହାଯ୍ୟ ପାଇ ଉପକୃତ ହେବେ। ବ୍ୟବସାୟରେ ନୂତନ ପନ୍ଥା ଅବଲମ୍ବନ କରି ଲାଭବାନ୍‍ ହୋଇପାରନ୍ତି। ବିଦ୍ୟାର୍ଥୀ ମନଯୋଗୀ ହେବେ। ମହିଳାଙ୍କର ଶୁଭଦିନ।

ସିଂହ: ହଜିଥିବା ଦ୍ରବ୍ୟ ଖୋଜିଲେ ପାଇବେ। ପାରିବାରିକ ଶାନ୍ତି ମିଳିବ। ଶତ୍ରୁ ବିଜୟୀ ହେବେ। ମାନସିକ ଶାନ୍ତି ମିଳିବ। କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି। ବିଦ୍ୟାର୍ଥୀଙ୍କୁ ସୁଖ ମିଳିବ। ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟକୁ ସହଜରେ ସମ୍ପାଦନ କରିପାରନ୍ତି।

କନ୍ୟା: କର୍ମକ୍ଷେତ୍ରରେ ସହଯୋଗ ପାଇ ଖୁସି ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ମନ ପ୍ରଫୁଲ୍ଲ ରହିବ। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। ବିଦ୍ୟାର୍ଥୀ ମନଯୋଗୀ ହେବେ। ଦୁଃସାହସୀ ହୋଇପାରନ୍ତି।

ତୁଳା: ଦିଅଁ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। କାର୍ୟ୍ୟରେ ଆଗକୁ ବଢ଼ିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ମାନସିକ ଶାନ୍ତି ମିଳିବ। ଆୟ ବ୍ୟୟ ପ୍ରାୟ ସମାନ ହେବ। ଲୋକସଂପର୍କ ବୃଦ୍ଧି ପାଇବ। ବିଦ୍ୟାର୍ଥୀଙ୍କର ଶୁଭଫଳ। ମହିଳା ଦୃଢ଼ମନା ହେବେ।

ବିଛା: ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟର ସ୍ଥିତି ମଜଭୁତ ରହିବ। କର୍ମକ୍ଷେତ୍ରରେ ପ୍ରଶଂସା ମିଳିବ। ସୁସ୍ଥ ଓ ନିରାମୟ ରହିବେ। ବିଦ୍ୟାର୍ଥୀମାନେ କ୍ରୀଡ଼ା ପ୍ରତି ଆଗ୍ରହ ପ୍ରକାଶ କରିବେ। ମହିଳାମାନେ କର୍ମଯୋଗୀ ହେବେ।

ଧନୁ: ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। କର୍ମକ୍ଷେତ୍ରରେ ଅଧିକ ଦାୟିତ୍ୱ ବହନ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୀତିନିଷ୍ଠ ହେବେ। ବିଦ୍ୟାର୍ଥୀମାନେ ଉପକୃତ ହେବେ। ମହିଳାମାନେ ସୁଖଭୋଗ କରିବେ।

ମକର: ସୁଖ ସମ୍ମାନ ଲାଭ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଧନବାନ୍‍ ହେବେ। ଗୁଣଜ୍ଞ ହୋଇପାରନ୍ତି। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିପାରେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ବିଦ୍ୟାର୍ଥୀ କୃତକାର୍ୟ୍ୟ ହେବେ। ମହିଳାମାନେ ସୁଖୀ ହେବେ।

କୁମ୍ଭ: ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି। ଆୟ ବ୍ୟୟ ପ୍ରାୟ ସମାନ୍ତରାଳ ଗତି କରିବ। ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟରେ ସଫଳତା ମିଳିବ। ସୁସ୍ଥ ରହିବେ। ମନୋବଳ ଦୃଢ଼ ରହିବ। କର୍ମଯୋଗୀ ହୋଇପାରନ୍ତି। ମହିଳାମାନେ ବିବେକୀ ହେବେ। ବିଦ୍ୟାର୍ଥୀ ସୁଖୀ ହେବେ।

ମୀନ: ଭୂମିଲାଭର ସୂଚନା ମିଳୁଛି କର୍ମକ୍ଷେତ୍ର ଶୁଭଦାୟକ ହେବ। ଉପାର୍ଜନ ଅଧିକ ହୋଇପାରେ। ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଲୋକପ୍ରିୟତା ବୃଦ୍ଧି ପାଇବ। ଯାନବାହନ ସୁଖ ମିଳିବ। ବିଦ୍ୟାର୍ଥୀଙ୍କର ଶୁଭଫଳ। ମହିଳାମାନେ ଶାନ୍ତି ପାଇବେ।