ମେଷ – ସୁଖ, ସମ୍ମାନ ସବୁ କିଛି ମିଳିପାରେ । ନିଜ ବଂଶର ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ । ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।
ବୃଷ – ଅଟକି ରହିଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୁଯୋଗ ଅଛି। ସୁସମ୍ବାଦ ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିବ। ବିବାଦରେ ବିଜୟୀ ହେବେ। ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୪ ।
ମିଥୁନ – କାର୍ଯ୍ୟରେ ଅଗ୍ରଗତି ଘଟିବ । ଈର୍ଷାରୁ ନିବୃତ୍ତହେଲେ ପ୍ରଶଂସାର ପାତ୍ର ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।
କର୍କଟ –ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଜନମାନସରେ ଶ୍ରେଷ୍ଠ ବିବେଚିତ ହେବେ। ସନ୍ମାର୍ଗୀ ଓ ପ୍ରଭାବଶାଳୀ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ସାବଧାନତାର ସହ ଚଳିବେ। ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।
ସିଂହ – ଏକ ନୂତନ କାର୍ଯ୍ୟ ହାତକୁ ଆସିପାରେ । ଆମୋଦ ପ୍ରମୋଦରେ ସମୟ ବିତାଉ ଥିବା ବେଳେ ଶତ୍ରୁର ଉପସ୍ଥିତି ପାଇଁ ବ୍ୟସ୍ତ ହୋପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।
କନ୍ୟା – ଆନନ୍ଦ ଉତ୍ସବରେ ଥିବାବେଳେ ଶତ୍ରୁ ଚିନ୍ତା ଆପଣଙ୍କୁ ବିବ୍ରତ କରିପାରେ। ମାନସିକ ଶାନ୍ତି ଫେରି ପାଇବେ। ଦିନଟି ଶୁଭଙ୍କର ହେବ। ସୁସମ୍ବାଦ ପାଇ ଖୁସି ହେବେ। ଋଣପରିଶୋଧ କରିବେ। ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।
ତୁଳା – ଉଦାର ପ୍ରକୃତିର ହେବେ । ଦାନଶୀଳ ହୋଇପାରନ୍ତି । ବ୍ୟକ୍ତିତ୍ୱର ବିକଶିତ ହେବ । କୃଷି କାର୍ଯ୍ୟ ଉପରେ ଗୁରୁତ୍ୱ ଦେବେ । ବୁଦ୍ଧିମାନ୍ ହୋଇପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।
ବିଛା – କାର୍ଯ୍ୟରେ ସଫଳତା ଲାଭରେ ସକ୍ଷମ ହେବେ। ଚିନ୍ତା ଦୂର ହେବ। ପରିଶ୍ରମ ଯେତେ ଅଧିକ ହେଉ ନା କାହିଁକି; ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ଠିକ୍ ରହିବ। ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।
ଧନୁ – ପରିଶ୍ରମର ମୂଲ୍ୟ ମିଳିବ । ଭାଗ୍ୟଶାଳୀ ହୋଇପାରନ୍ତି । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ମିତ୍ର ସୁଖ ମିଳିବ । ସୁସ୍ଥ ଓ ନିରାମୟ ରହିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୧ ।
ମକର – ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ହଠାତ୍ ସମସ୍ୟା ଦେଖା ଦେଇପାରେ। ସ୍ବାସ୍ଥ୍ୟ ହାନିର ଆଶଙ୍କା ଅଛି। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଗୁଣବାନ୍ ହେବେ। ଧନାଢ଼୍ୟ ବ୍ୟକ୍ତି ଭାବେ ପରିଗଣିତ ହେବେ। ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୫ ।
କୁମ୍ଭ – ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଅଧିକ ବ୍ୟୟ ପାଇଁ ଇଚ୍ଛା କରିବେ । କର୍ମ ଚଞ୍ଚଳ ରହିବେ । ସ୍ନେହପୂର୍ଣ୍ଣ କଥାରେ ସହକର୍ମୀମାନଙ୍କୁ ଆପଣାର କରି କାର୍ଯ୍ୟ ହାସଲ କରିବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।
ମୀନ – ଜଟିଳ କାର୍ଯ୍ୟରେ ସଫଳତା ମିଳିବ; ମାତ୍ର ଏଥିପାଇଁ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ବିବାଦୀୟ ବିତର୍କରେ ଭାଗ ନ ନେଇ ନୀରବ ଦର୍ଶକ ସାଜି ପାରନ୍ତି। ମଧୁରଭାଷାରେ ପରକୁ ଆପଣାର କରିପାରନ୍ତି। ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।