ଭୁବନେଶ୍ୱର, ୧୧/୦୫ : ବାହାର ଚନ୍ଦନ ଯାତ୍ରା ନୀତି ଯୋଗୁଁ ରତ୍ନଭଣ୍ଡାର ଗଣତି ପ୍ରକ୍ରିୟା ବନ୍ଦ ରହିଥିଲା । ଆଜିଠାରୁ ପୁଣି ଥରେ ଗଣତି ପ୍ରକ୍ରିୟା ପୂର୍ବ ନିର୍ଦ୍ଧାରିତ SOP ଆଧାରରେ ଆରମ୍ଭ ହେବ । ଦୁଇ ଦିନ ଧରି ଭିତର ଭଣ୍ଡାରର ଗଣତି ପ୍ରକ୍ରିୟା ଜାରି ରହିବ । ମଧ୍ୟାହ୍ନ ଧୂପ ପରେ ଅର୍ଥାତ୍ ପ୍ରାୟ ଅପରାହ୍ନ ୪ଟା ଠାରୁ ସନ୍ଧ୍ୟା ଧୂପ ଶେଷ ପର୍ଯ୍ୟନ୍ତ ଜାରି ରହିବ ଗଣତି ପ୍ରକ୍ରିୟା । ଗଣତି ସମୟରେ ବନ୍ଦ ରହିବ ଭିତର କାଠ ଦର୍ଶନ । ପୂର୍ବ ଭଳି ଏଥର ମଧ୍ୟ ରତ୍ନଭଣ୍ଡାର ଗଣତି ସମୟରେ ବାହାର କାଠରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ପୂର୍ବରୁ ୯ ଦିନରେ ପ୍ରାୟ ୫୭ ଘଣ୍ଟା ୮ ମିନିଟର ଗଣତି ହୋଇଥିଲା । ଭିତର ଭଣ୍ଡାରରେ ୪ଦିନର ଗଣତି ହୋଇଥିଲା । ଭିତର ଭଣ୍ଡାରରେ ପ୍ରାୟ ୧୨୦ରୁ ଅଧିକ ରତ୍ନ ଅଳଙ୍କାର ଗଣତି ହୋଇଥିଲା । ବାହାର ରତ୍ନଭଣ୍ଡାର ଗଣତି ଶେଷ ହେବା ପରେ ଏପ୍ରିଲ ୧୩ରୁ ଭିତର ରତ୍ନଭଣ୍ଡାର ଖୋଲିଥିଲା । ଭିତର ରତ୍ନଭଣ୍ଡାର ଗଣତି ମଣତି ସହ ୧୯୭୮ ମସିହା ତାଲିକା ସହ ମେଳକ କରାଯାଇଛି ।