ନୂଆଦିଲ୍ଲୀ, ୨୬/୨ : ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ବଡ ନିଷ୍ପତି ନେଇଛନ୍ତି । ଯଦି ଆପଣଙ୍କର ବ୍ୟାଙ୍କରେ ଆକାଉଣ୍ଟ ରହିଛି, ତେବେ ଆପଣ ୫୦୦୦ରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ । ଏନେଇ ଆରବିଆଇ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ବ୍ୟାଙ୍କଗୁଡିକର ସ୍ଥିତିକୁ ଦୃଷ୍ଟିରେ ରଖି ଆରବିଆଇ ଅନେକ ସମୟରେ ନିଷ୍ପତ୍ତି ନେଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ବ୍ୟାଙ୍କରେ ଏବଂ କାହିଁକି ଏହି ନିୟମ ଲାଗୁ କରିଛି ଆରବିଆଇ ?
କେତେକ ସମବାୟ ବ୍ୟାଙ୍କଗୁଡିକର ଆର୍ଥିକ ଅବସ୍ଥା ଖରାପ ହେବାରୁ ଏହାକୁ ଦୃଷ୍ଟିରେ ଏଭଳି ଲାଗୁ ହୋଇଛି ନିୟମ । କେବଳ ୫ଟି ବ୍ୟାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯେଉଁଥିରୁ ୨ଟି ବ୍ୟାଙ୍କର ଗ୍ରାହକ କେବଳ ସେମାନଙ୍କ ଆକାଉଣ୍ଟରୁ ୫୦୦୦ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ । ତେବେ ଏହି ନିୟମ ଆସନ୍ତା ୬ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ।
ଆସନ୍ତୁ ଜାଣିବା କେଉଁ ବ୍ୟାଙ୍କ ଉପରେ ଲାଗିଛି ପ୍ରତିବନ୍ଧକ । ଉର୍ବକୋଣ୍ଡା ସହକାରୀ ମ୍ୟୁନିସିପାଲିଟି ବ୍ୟାଙ୍କ, ଉର୍ବକୋଣ୍ଡା (ଅନନ୍ତପୁର ଜିଲ୍ଲା, ଆନ୍ଧ୍ରପ୍ରଦେଶ) ଏବଂ ଶଙ୍କରରାଓ ମୋହିତା ପାଟିଲ ସହକାରୀ ବ୍ୟାଙ୍କ, ଅକଲୁଜ (ମହାରାଷ୍ଟ୍ର) ବ୍ୟାଙ୍କ ଉପରେ ଆରବିଆଇ ଲଗାଇଛି ପ୍ରତିବନ୍ଧକ ।
ଆରବିଆଇ ଦ୍ବାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ବ୍ୟାଙ୍କଗୁଡିକ ଆର୍ଥିକ ସ୍ଥିତି ସୁଧାରିବା ପର୍ଯ୍ୟନ୍ତ ପ୍ରତିବନ୍ଧକ ସହିତ ବ୍ୟାଙ୍କିଙ୍ଗ ବ୍ୟବସାୟ ଜାରି ରଖିବେ । ଆରବିଆଇ କହିଛି ଯେ ୫ଟି ସମବାୟ ବ୍ୟାଙ୍କର ଯୋଗ୍ୟ ଜମାକାରୀମାନେ ଜମା ବୀମା ଏବଂ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ ଠାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ବୀମା ଦାବି ରାଶି ପାଇବାକୁ ହକଦାର ହେବେ।