ଆଇପିଏଲ-୨୦୨୬ : ଗୁଜରାଟକୁ ୫ ଓ୍ବିକେଟରେ ହରାଇଲା RCB

ନୂଆଦିଲ୍ଲୀ, ୨୬/୦୪ : ଗୁଜରାଟକୁ ୫ ଓ୍ବିକେଟରେ ହରାଇଲା ଆରସିବି। RCB ଅଧିନାୟକ ରଜତ ପାଟିଦାର ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟାନ୍ସ ୨୦ ଓଭରରେ ୩ ୱିକେଟ ହରାଇ ୨୦୫ ରନ କରିଥିଲା । ସାଇ ସୁଦର୍ଶନ ଏବଂ ଶୁଭମନ ଗିଲଙ୍କ ଯୋଡ଼ି ପ୍ରଥମ ୱିକେଟ ପାଇଁ ୧୨୮ ରନର ଭାଗୀଦାରି କରି ଗୁଜରାଟ ଟାଇଟାନ୍ସକୁ ଏକ ଦୃଢ଼ ଆରମ୍ଭ ଦେଇଥିଲେ। ଗିଲ୍ ୩୨ ରନ କରିବା ପରେ ପ୍ୟାଭିଲିୟନ ଫେରିଥିଲେ।ସୁଦର୍ଶନ ୫୮ ବଲରୁ ଚମତ୍କାର ଶତକ ହାସଲ କରିଥିଲେ। ଆରସିବି ପାଇଁ ବିରାଟ କୋହଲି ଏବଂ ଦେବଦତ୍ତ ପାଡିକଲ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ। କୋହଲି ୪୪ ବଲରେ ୮୧ ରନର ଏକ ଧମାକାଦାର ଇନିଂସ ଖେଳିଥିଲେ। ଏହି ଇନିଂସ ସହିତ, ବିରାଟ ପୁଣି ଥରେ IPL 2026 ପାଇଁ ଅରେଞ୍ଜ କ୍ୟାପ୍ ସୁରକ୍ଷିତ କରିଛନ୍ତି । ବିରାଟ କୋହଲି ଏବଂ ଦେବଦତ୍ତ ପାଡିକଲ ୫୯ ବଲରୁ ୧୧୫ ରନର ଭାଗୀଦାରି କରିଥିଲେ। ପାଡିକ୍କଲ ମାତ୍ର ୨୦ ବଲରୁ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ।