ନୂଆଦିଲ୍ଲୀ : ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଜିଓ ଆରମ୍ଭ କରିବା ସମୟରେ ମାଗଣାରେ ଡାଟା, ଫ୍ରି କଲିଂର ଅଫର ଦେଇ ବେଶ ଲୋକପ୍ରିୟ ହୋଇଥିଲା । ଫ୍ରି ଅଫର ଜରିଆରେ ରିଲାଏନ୍ସ ଜିଓ ଦେଶର ସବୁଠୁ ବଡ଼ ଟେଲିକମ କମ୍ପାନି ହୋଇଥିଲା । ଲୋକଙ୍କ ଅଭ୍ୟାସରେ ଏହା ପରିଣତ ହେବା ପରେ କମ୍ପାନି ରିଚାର୍ଜ ପ୍ଲାନ ଲଞ୍ଚ କରିଥିଲା । ଏବେ ରିଲାଏନ୍ସ ଲୋକଙ୍କୁ ଫ୍ରିରେ ଆଇପିଏଲ ଦେଖିବାର ସୁଯୋଗ ଦେବ । ଲୋକଙ୍କୁ ଏଥିପାଇଁ କୌଣସି ପଇସା ଦେବାକୁ ପଡିବନି । ଜିଓ ସିନେମା ଜରିଆରେ ଫ୍ରିରେ ଆଇପିଏଲ ୨୦୨୩ର ସମସ୍ତ ମ୍ୟାଚ୍ ଦେଖିପାରିବେ ।
ବିନେଲିୟର ବ୍ୟବସାୟୀ ମୁକେଶ ଅମ୍ୱାନୀଙ୍କ ରିଲାଏନ୍ସ ଆଇପିଏଲକୁ ମାଗଣାରେ ଷ୍ଟ୍ରିମ କରିବା ନେଇ ଯୋଜନା କରୁଛି । କମ୍ପାନି ୨.୭ ବିଲିୟନ ଡଲାରରେ ଆଇପିଏଲ ମିଡିଆ ରାଇଟ୍ସ କିଣିଛି । ତେବେ ଏତେ ଟଙ୍କା ଖର୍ଚ୍ଚ କରିବା ପରେ କମ୍ପାନି ମାଗଣାରେ କାହିଁକି ମ୍ୟାଚ୍ ଦେଖାଇବ । କହି ରଖୁଛୁ ଯେ ଲୋକଙ୍କୁ ମାଗଣାରେ ମ୍ୟାଚ୍ ଦେଖାଇ ମଧ୍ୟ କମ୍ପାନି କୋଟି କୋଟି ଟଙ୍କା ଆୟ କରିବ ।
ଆଇପିଏଲ ମ୍ୟାଚ୍ ଗୁଡିକ ଫ୍ରିରେ ଦେଖାଇ କମ୍ପାନି କୋଟି କୋଟି ଟଙ୍କା ଆୟ କରିବ । କମ୍ପାନି ଏପରି କରି ୱାର୍ଲଡ ଡିଜନୀ ଏବଂ ଆମାଜନକୁ କଡ଼ା ଟକ୍କର ଦେବାକୁ ଯାଉଛି । ଭାୟାକମ ୧୮ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଏବଂ ପାରାମଲ ଗ୍ଲୋବାଲର ଜଏଣ୍ଟ ଭେଞ୍ଚର ଅଟେ । ଲୋକଙ୍କୁ ମାଗଣାରେ ମ୍ୟାଚ୍ ଦେଖାଇବାକୁ କମ୍ପାନି ପ୍ରସ୍ତୁତ ଅଛି । ଅନ୍ୟପଟେ କମ୍ପାନି ବିଜ୍ଞାପନ ଜରିଆରେ କୋଟି କୋଟି ଟଙ୍କା ଆୟ କରିବା ଯୋଜନା ଉପରେ କାମ କରୁଛି । ମ୍ୟାଚ୍ ଦେଖିବା ପାଇଁ ଡାଟା ମଧ୍ୟ ଖର୍ଚ୍ଚ ହେବ । ଆଇପିଏଲ ମ୍ୟାଚ୍ ଷ୍ଟ୍ରିମିଙ୍ଗ ପାଇଁ ଅଧିକ ଇଣ୍ଟରନେଣ୍ଟର ଦରକାର ପଡିବ, ଯାହାର ଲାଭ ରିଲାଏନ୍ସ ଜିଓକୁ ହିଁ ମିଳିବ ।
