ନୂଆଦିଲ୍ଲୀ,୦୭/୦୯ : ଅସ୍ତ୍ରବିରତି ନେଇ ଚାଲିଥିବା ଚେଷ୍ଟା ଭିତରେ ୟୁକ୍ରେନ ରାଜଧାନୀ କିଭ୍ ଉପରେ ରୁଷର ଜୋରଦାର ଆକ୍ରମଣ। ରୁଷ ୮୦୦ରୁ ଅଧିକ ଡ୍ରୋନ ଆଟାକ୍ କରିଛି। ଆକ୍ରମଣରେ ତିନି ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ଜଣ ଆହତ ହୋଇଛନ୍ତି। ୟୁକ୍ରେନ ଅଧିକାରୀଙ୍କ ପକ୍ଷରୁ ରବିବାର ସୂଚନା ଦିଆଯାଇଛି ଯେ, ଏହି ଆକ୍ରମଣରେ କ୍ୟାବିନେଟ୍ ବିଲ୍ଡିଂକୁ ଟାର୍ଗେଟ କରାଯାଇଥିଲା।।କିଭ ନଗର ପ୍ରଶାସନ ପ୍ରମୁକ ତୈମୁର ତତାଚେକୋ କହିଛନ୍ତି,ମୃତକଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ ରହିଛି। ସେଭଳି ରୁଷର ଡ୍ରୋନ ଆକ୍ରମଣରେ କିଭ୍ର ଏକ ସରକାରୀ ବିଲ୍ଡିଂରେ ନିଆଁ ଲାଗିଯାଇଛି। ୟୁକ୍ରେନୀୟ ପ୍ରଧାନମନ୍ତ୍ରୀ ୟୁଲିଆ ସ୍ୱିରିଡେଙ୍କୋ କହିଛନ୍ତି, ଯୁଦ୍ଧ ସମୟରେ ପ୍ରଥମ ଥର ପାଇଁ ଶତ୍ରୁ ଆକ୍ରମଣରେ ୟୁକ୍ରେନୀୟ ସରକାରଙ୍କ ମୁଖ୍ୟ କୋଠା କ୍ଷତିଗ୍ରସ୍ତ ହୋଇଛି। ୟୁକ୍ରେନୀୟ ବାୟୁସେନା କହିଛି ଯେ ରୁଷ ରାତାରାତି ୟୁକ୍ରେନରେ ୮୦୫ ଡ୍ରୋନ୍ ଏବଂ ୧୩ କ୍ଷେପଣାସ୍ତ୍ର ମାଡ଼ କରିଛି। କ୍ଲିଟସ୍କୋ ଟେଲିଗ୍ରାମ ମେସେଜିଂ ଆପ୍ ରେ ଏହି ସୂଚନା ଦେଇଛନ୍ତି। ରାଜ୍ୟ ଜରୁରୀକାଳୀନ ଅଧିକାରୀମାନେ କହିଛନ୍ତି ଯେ ଡାର୍ନିଟସ୍କିରେ ଏକ ଚାରି ମହଲା ଆବାସିକ କୋଠା ନିଆଁରେ ପୋଡ଼ିଯାଇଛି, ଯାହା ଫଳରେ କୋଠାଟିର ବହୁତ କ୍ଷତି କରିଛି। କିଭ୍ର ପଶ୍ଚିମ ସ୍ୱିଆଟୋସିନସ୍କି ଜିଲ୍ଲାରେ ଏକ ନଅ ମହଲା ବିଶିଷ୍ଟ ଆବାସିକ କୋଠାର ଅନେକ ମହଲା ନଷ୍ଟ ହୋଇଯାଇଛି। ଡ୍ରୋନ ପଡିବାମାତ୍ରେ ୧୬ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ଏବଂ ଦୁଇଟି ନଅ ମହଲା କୋଠାରେ ମଧ୍ୟ ନିଆଁ ଲାଗିଗଲା।ମିଡିଆରେ ପୋଷ୍ଟ କରାଯାଇଥିବା ଫଟୋରେ ଆପାର୍ଟମେଣ୍ଟ କୋଠାରୁ ଧୂଆଁ ବାହାରୁଥିବା, କିଛି ମହଲା ଭୁଶୁଡ଼ି ପଡ଼ିବା ଏବଂ ମୁଖଭାଗକୁ ଯଥେଷ୍ଟ କ୍ଷତି ହୋଇଥିବା ଦେଖାଯାଇଛି।
