ଦେହବ୍ୟବସାୟ ଅଭିଯୋଗରେ ତାମିଲ ଅଭିନେତ୍ରୀ ସଙ୍ଗୀତା ବାଲାନ ଗିରଫ

ସଦ୍ୟଜାତ ଖବର ସୂତ୍ରରୁ ପ୍ରକାଶ ଯେ ଦେହବ୍ୟବସାୟ ଅଭିଯୋଗରେ ପୁଲିସ ତାମିଲ ଅଭିନେତ୍ରୀ ସଙ୍ଗୀତା ବାଲାନଙ୍କୁ ଗିରଫ କରିଛନ୍ତି। ଏହି କେଳେଙ୍କାରୀକୁ ନେଇ ତାମିଲ ଫିଲ୍ମ ଜଗତ ଚକିତ ହୋଇ ପଡ଼ିଥିବାବେଳେ,ମିଡିଆ ରିପୋର୍ଟ ଅନୁଯାୟୀ ସଙ୍ଗୀତା ଏକ ହାଇଲେବୁଲ ଦେହବ୍ୟବସାୟ ରାକେଟ ଚଳାଇଥିଲେ।

ସୂଚନା ଆଧାରରେ ଚେନ୍ନଇର ପାନୟୁରସ୍ଥିତ ଏକ ଘରୋଇ ରିସର୍ଟରେ ସେ ଏହି ରାକେଟ୍‍ ଚଳାଇଥିଲେ,ପୁଲିସ ଉକ୍ତ ରିସର୍ଟ ଉପରେ ଚଢଉ କରି ତିନିଜଣ ମହିଳାଙ୍କୁ ଉଦ୍ଧାର କରିଥିଲା। ଏହି ମହିଳାମାନେ ଭିନ୍ନ ଭିନ୍ନ ରାଜ୍ୟର। ସଙ୍ଗୀତାଙ୍କ ସହିତ ସୁରେଶ ନାମକ ଅନ୍ୟ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ଉଭୟଙ୍କୁ ଇଗମୋର ମୁଖ୍ୟ ଦୌରାଜଜ୍‍ କୋର୍ଟରେ ହାଜର କରାଯାଇଛି। ତେବେ ଦିନକୁ ଦିନ ବଢି ଚାଲିଥିବା ଏହି ଦେହବ୍ୟବସାୟକୁ ରୋକିବାରେ ପୋଲିସ ର ଭୂମିକା ଦୁର୍ବଳରୁ  ଦୁର୍ବଳ ହେବାରେ ଲାଗିଛି ।