ପୁରୀ: ହୋଟେଲରୁ ସେକ୍ସ ର‌୍ୟାକେଟ ଠାବ, ଏକାଧିକ ବଙ୍ଗୀୟ ଯୁବତୀ ଉଦ୍ଧାର

ପୁରୀ : ପୁରୀ ପୋଲିସ ଏକ ସେକ୍ସ ର‌୍ୟାକେଟକୁ ଧରିବାରେ ସଫଳ ହୋଇଛି । ଏକ ହୋଟେଲରେ ପୋଲିସ ଚଢ଼ାଉ କରି ଏକାଧିକ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିବା ସହ ପୋଲିସ ତିନି ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ପୁରୀ ନିମାପଡାର ଶୁଭନ୍ୱେଷ ସ୍ୱାଇଁ, ଏରସମାର ଦେବୀ ପ୍ରସାଦ ମାଝୀ ଓ କୋଲକତାର ସପନ ଦତ୍ତ । ଗତକାଲି ସନ୍ଧ୍ୟାରେ ହୋଟେଲର ତିନୋଟି କୋଠରୀରେ ପୋଲିସ ଚଢ଼ାଉ କରିଥିଲା । ଗୋଟିଏ କୋଠରୀରେ ଚାରି ଜଣ ଯୁବତୀ ଥିବାବେଳେ ଅନ୍ୟ ଦୁଇ କୋଠରୀରେ ଦୁଇ ହଳ ଯୁବକ ଓ ଯୁବତୀ ଥିଲେ । ଏଥିସହ ପାଂଚ ଜଣ ବଙ୍ଗୀୟ ଯୁବତୀଙ୍କୁ ଥାନାରେ ପଚରାଉଚୁରା କରାଯାଉଛି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି । ଗତ ସେପ୍ଟେମ୍ବର ୧୪ ତାରିଖରେ ପୋଲିସ ଏହି ଅଂଚଳରେ ଚଢ଼ାଉ କରି ଦୁଇ ଦେହଜୀବୀଙ୍କୁ ଉଦ୍ଧାର କରିବା ସହ ତିନି ଜଣଙ୍କୁ ଗିରଫ କରିଥିଲା ।