ଏହି ରାଶିର ବ୍ୟକ୍ତିଙ୍କ ଉପରେ ରହିଛି ଶନିଙ୍କ ବକ୍ର ଦୃଷ୍ଟି, ଅକ୍ଟୋବର ୧୧ ପର୍ଯ୍ୟନ୍ତ ରୁହନ୍ତୁ ସତର୍କ

ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କୁ କ୍ରୁର ବା ନିଷ୍ଠୁର ଗ୍ରହ କୁହାଯାଏ । ସମସ୍ତେ ଶନିଙ୍କ ଅଶୁଭ ପ୍ରଭାବକୁ ଭୟ କରନ୍ତି । ଶନିଙ୍କ ଅଶୁଭ ପ୍ରଭାବ ଯୋଗୁଁ ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏହି ସମୟରେ ଶନି ଦେବ ଓଲଟା ଚଳନ କରୁଛନ୍ତି । ଶନି ଦେବ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଓଲଟା ଅବସ୍ଥାରେ ରହିବେ । ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଓଲଟା ଗତିକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । ଗ୍ରହମାନଙ୍କର ଓଲଟା ଚଳନ ସମସ୍ତ ରାଶି ଉପରେ ଉପରେ ଶୁଭ-ଅଶୁଭ ପ୍ରଭାବ ପକାଇଥାଏ । ଶନିଙ୍କ ଓଲଟା ଗତି ଯୋଗୁଁ କେତେକ ରାଶିର ବ୍ୟକ୍ତିଙ୍କୁ ବହୁ ସତର୍କ ହେବାର ଆବଶ୍ୟକତା ରହିଛି । ଚାଲନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ…

ମିଥୁନ ରାଶି : ମିଥୁନ ରାଶିର ବ୍ୟକ୍ତିଙ୍କୁ ୫୨ ଦିନ ପର୍ଯ୍ୟନ୍ତ ବିଶେଷ ସାବଧାନ ରହିବାକୁ ହେବ । ଏହି ସମୟ ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଅଶୁଭ ଅଟେ । ମିଥୁନ ରାଶି ଉପରେ ବର୍ତ୍ତମାନ ଶନିଙ୍କ ଧାୟା ପ୍ରଭାବ ଚାଲିଛି, ଯେଉଁ କାରଣରୁ ମିଥୁନ ରାଶିର ବ୍ୟକ୍ତିଙ୍କ ଉପରେ ଅଶୁଭ ପ୍ରଭାବ ଅଧିକ ପଡିପାରେ । ଶନିଙ୍କ ଓଲଟା ଚଳନ ଯୋଗୁଁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ବାଦ ବିବାଦରୁ ଦୁରେଇ ରହିବେ ।

ତୁଳା ରାଶି : ତୁଳା ରାଶିର ବ୍ୟକ୍ତିଙ୍କ ଉପରେ ବର୍ତ୍ତମାନ ଶନିଙ୍କ ଧାୟା ଚାଲୁଛି । ଶନିଙ୍କ ଓଲଟା ଚଳନ ଯୋଗୁଁ ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ମାନସିକ ଚିନ୍ତା ମଧ୍ୟ ବଢିପାରେ ।

ଧନୁ ରାଶି : ଧନୁ ରାଶି ଏହି ସମୟରେ ଶନିଙ୍କ ଶାଢେସାତିରେ ପ୍ରଭାବିତ ଅଛନ୍ତି । ଶନିଙ୍କ ଓଲଟା ଚଳନ ଯୋଗୁଁ, ଧନୁ ରାଶିର ବ୍ୟକ୍ତିଙ୍କ ସମସ୍ୟା ବଢିପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଧନର ଅଧିକ ଖର୍ଚ୍ଚ କରିବେ ନାହିଁ ।

ମକର ରାଶି : ମକର ରାଶି ଉପରେ ମଧ୍ୟ ଶନିଙ୍କ ଶାଢେସାତି ଚାଲିଛି । ମକର ରାଶିର ଲୋକମାନେ ଶନି ଓଲଟା ଚଳନ ହେତୁ ଅପ୍ରୀତିକର ଫଳାଫଳ ପାଇବେ । ଚାକିରି ଏବଂ ବ୍ୟବସାୟରେ କ୍ଷତି ହୋଇପାରେ । ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ନେବେ ।