ସିକ୍କିମରେ ଭୂକମ୍ପ ଝଟକା : ଏହାର ତୀବ୍ରତା ୪.୧

ନୂଆଦିଲ୍ଲୀ, ୨୨/୦୩ : ସିକ୍କିମରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି। ଗତକାଲି ରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ମାଙ୍ଗାନ ଜିଲ୍ଲାରେ ଭୂକମ୍ପର କେନ୍ଦ୍ରସ୍ଥଳ ୧୪ କିଲୋମିଟର ଗଭୀରତା ଅନୁଭୂତ ହୋଇଥିଲା । ବର୍ତ୍ତମାନ୍ ପର୍ଯ୍ୟନ୍ତ ଭୂକମ୍ପରେ କୌଣସି କ୍ଷୟକ୍ଷତି କିମ୍ବା କେହି ମୃତାହତ ହୋଇଥିବା ନେଇ ଖବର ମିଳିନି। କିନ୍ତୁ ସ୍ଥାନୀୟ ବାସିନ୍ଦାମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଗତ ଦୁଇ ଦିନ ପୂର୍ବରୁ ସିକିମରେ ଦୁଇଟି ଭୂକମ୍ପ ଅନୁଭୂତ ହୋଇଥିଲା । ଶୁକ୍ରବାର ସକାଳେ ସିକିମରେ ଗାଙ୍ଗଟକରେ ଦୁଇଟି ଭୂକମ୍ପ ଅନୁଭୂତ ହୋଇଥିଲା । ଉଭୟ ଭୂକମ୍ପର ତୀବ୍ରତା ୩.୬ ଏବଂ ୨.୭ ରେକର୍ଡ କରାଯାଇଥିଲା। ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ ।