ଜେଲରେ ମନୀଷ ସିସୋଦିଆ ରଖିପାରିବେ ଭଗବତ ଗୀତା

ନୂଆଦିଲ୍ଲୀ : ସିବିଆଇ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ଅବକାରୀ ନୀତି ମାମଲାରେ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ଦିଲ୍ଲୀର ରସ ଆଭେନ୍ୟ କୋର୍ଟ । ସିବିଆଇ ପକ୍ଷରୁ ତାଙ୍କ ରିମାଣ୍ଡ ମଗା ନଯିବାରୁ ତାଙ୍କୁ ତିହାର ଜେଲ ନଂ୧କୁ ପଠାଇ ଦିଆଯାଇଛି । ଜେଲରେ ସିସୋଦିଆଙ୍କୁ ଔଷଧ, ଚଷମା, ଡାଏରୀ ଏବଂ ଭଗବତ ଗୀତା ରଖିବାକୁ ଅନୁମତି ଦିଆଯାଇଛି । ତାଙ୍କୁ ଧ୍ୟାନ କକ୍ଷ ବା ମେଡିଟେସନ ସେଲରେ ରଖିବାକୁ କୋର୍ଟ ଜେଲ ବିଭାଗକୁ କହିଛନ୍ତି । ତେବେ ଜେଲରେ କଏଦୀଙ୍କ ପାଇଁ ବିପଶନା (ଧ୍ୟାନ)ର ବ୍ୟବସ୍ଥା ରହିଛି ବୋଲି ଜେଲ ପ୍ରଶାସନ କୋର୍ଟଙ୍କୁ ଜଣାଇଛି ।

SBI AD