ଅଙ୍କିତାଙ୍କୁ ନ୍ୟାୟ ଦାବିରେ ଇଣ୍ଡିଆ ଗେଟ୍‌ରେ ଧାରଣା, ପରିବାରକୁ ଭେଟିଲେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ, ୧୫/୧୦ : ଉତ୍ତରାଖଣ୍ଡର ବହୁଚର୍ଚ୍ଚିତ ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାକୁ ନେଇ ପୁଣି ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ବିଜେପିର ବରିଷ୍ଠ ନେତା ଦୁଷ୍ୟନ୍ତ କୁମାର ଗୌତମଙ୍କୁ ସିକ୍କିମର ରାଜ୍ୟପାଳ ନିଯୁକ୍ତ କରାଯିବା ଖବରକୁ ବିରୋଧ କରି ଅଙ୍କିତାଙ୍କ ପରିବାର ଦିଲ୍ଲୀର ଇଣ୍ଡିଆ ଗେଟ୍‌ରେ ଧାରଣା ଦେଇଥିଲେ। ବୁଧବାର ସନ୍ଧ୍ୟାରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ସେଠାରେ ପହଞ୍ଚି ପରିବାର ସଦସ୍ୟଙ୍କ ସହ ବସିଥିଲେ ଏବଂ ସେମାନଙ୍କ ସହ ଆଲୋଚନା କରିଥିଲେ।