ଭୁବନେଶ୍ୱର,୨୨/୯ : (ଓଡିଶା ଖବର) – ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ ଏବଂ ୟୁଏସ୍ଏର ଆଲାଇନ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ସହଭାଗିତା ସ୍ଥାପନ ହୋଇଥିବା ବେଳେ ଶିଳ୍ପ ଏବଂ ଶିକ୍ଷା କ୍ଷେତ୍ରରେ ଏକତ୍ର କାର୍ଯ୍ୟ କରିବା ନେଇ ଚୁକ୍ତି ହୋଇଛି । ପ୍ରଥମ ଥର ପାଇଁ ଆଇଡିଏସ୍ ଏବଂ ଅର୍ଥୋଡଂଟିକ୍ସ, ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ବିଶ୍ୱର ୧ ନମ୍ବର ସହଭାଗୀ ଅନୁଷ୍ଠାନ ମଧ୍ୟରେ ସହଯୋଗିତା ହୋଇଛି ।
ଏହା ଫଳରେ ପିଜି ଛାତ୍ରଛାତ୍ରୀମାନେ କ୍ଲିୟର ଆଲାଇନର ଟେକ୍ନୋଲଜି, ଥ୍ରୀଡି ପେନ୍ଟିଙ୍ଗ ଏବଂ ଏସୀୟା ମହାଦେଶର ରୋଗୀ ସେବା ନିମନ୍ତେ ଯେଉଁସବୁ ପ୍ରକଳ୍ପ କାର୍ଯ୍ୟ କରିବେ ସେଥିରେ ଅର୍ଥ ପ୍ରଦାନ ସହ ଆନ୍ତର୍ଜାତିକ ବିଶେଷଜ୍ଞମାନଙ୍କର ସହଯୋଗ ମଧ୍ୟ ପ୍ରାପ୍ତ ହେବ । ଏହା ଫଳରେ ଛାତ୍ରଛାତ୍ରୀମାନଙ୍କୁ ଡିଜିଟାଲ୍ ଅର୍ଥୋଡଂଟିକ୍ସ ଏବଂ ସହଭାଗୀ ଗବେଷଣା କ୍ଷେତ୍ରରେ ଅଧିକ ଅଭିଜ୍ଞତା ହାସଲ କରିପାରିବେ । ଆଲାଇନ ବିଶ୍ୱବିଦ୍ୟାଳୟ ଗ୍ରାଂଟର ଏପିଏସି ଆଲାଇନ୍ ଟେକ୍ନୋଲଜିର ବାର୍ଷିକ ଗବେଷଣା ପୁରସ୍କାର ସହ ଯୋଡ଼ି ହୋଇଥିବା ବେଳେ ଏସୀୟା ମହାଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅର୍ଥୋଡଂଟିକ୍ସ ଏବଂ ଦନ୍ତ ଗବେଷଣା ନିମନ୍ତେ ଅନୁଦାନ ପ୍ରଦାନ କରିଥାଏ ।
ଆଇଡିଏସ୍ର ଅର୍ଥୋଡଂଟିକ୍ସ ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଏଥିରେ ଅନୁଷ୍ଠାନର ଡିନ୍ ପ୍ରଫେସର (ଡାକ୍ତର) ରୁଚି ଭୂୟାଁ, ଅର୍ଥୋଡଂଟିକ୍ସ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରୀତମ ମହାନ୍ତିଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ହୋଇପାରିଛି । ୨.୧୧ କୋଟିର ଏହି ସହଭାଗିତା ଦ୍ୱାରା ଅନେକ ଯୁବ ଅର୍ଥୋଡଂଟିକ୍ସ ଏବଂ ଗବେଷକଙ୍କୁ ବିଶ୍ୱସ୍ତରୀୟ ସୁବିଧା ମିଳିପାରିବ ବୋଲି ପ୍ରଫେସର (ଡାକ୍ତର) ଭୂୟାଁ କହିଛନ୍ତି ।
