ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ପୁଅ

ଭୁବନେଶ୍ୱର, ୨୮/୦୪ : ସୁନ୍ଦରଗଡ଼ କୋଇଡ଼ା ଥାନା ପାଟମୁଣ୍ଡା କଦମଡିହି ଗାଁରେ ଘଟିଛି ଚାଞ୍ଚଲ୍ୟ ଘଟଣା । ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ପୁଅ । ମା’କୁ ହତ୍ୟା ଉଦ୍ୟମବେଳେ ଅଟକାଇବାରୁ ବାପାକୁ ହତ୍ୟା । ମୃତକ ହେଲେ ପାଣ୍ଡୁ ମୁଣ୍ଡା । ଗୁରୁତର ଅବସ୍ଥାରେ ମାଆକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ଘରୋଇ କଳିକୁ କେନ୍ଦ୍ର କରି ସୋନା ମୁଣ୍ଡା ନିଜ ମାଆଜୁ ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିଲା । ସ୍ତ୍ରୀକୁ ବଂଚାଇାବକୁ ଯାଇଥିବାବେଳେ ପାଣ୍ଡୁଙ୍କୁ ଆକ୍ରମଣ କରିଥିଲା ପୁଅ ।