ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ସୁନ୍ଦରଗଡ଼ : ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଥିବାର ଖବର ମିଳିଛି। ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଦୌରା ଜଜ /ପୋକ୍ସୋ କୋର୍ଟରେ ଅପରାଧୀକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧୨ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।

୨୦୧୬ ମାର୍ଚ୍ଚ ମାସରେ କୁତ୍ରା ଥାନା ଅଞ୍ଚଳରେ ଜଣେ ୬ବର୍ଷର ନାବାଳିକା ଘରେ ଏକା ଥିବା ସମୟରେ ପଡ଼ୋଶୀ ଭଣ୍ଡାରୀ ସୋରେଙ୍ଗ ଓ ତାଙ୍କ ନାବାଳକ ସାନ ଭାଇ ଅମାନୁଷିକ ଭାବେ ଦୁଷ୍କର୍ମ କରିଥିଲେ। ଏହାପରେ ନାବାଳିକା ପୀଡ଼ିତା ଅସୁସ୍ଥ ହୋଇ ପଡ଼ିଥିଲେ। ଏହି ଘଟଣା ସମ୍ପର୍କରେ ପରିବାର ଲୋକେ କୁତ୍ରା ଥାନାରେ ମାର୍ଚ୍ଚ ୨୨ ତାରିଖରେ ଏତଲା ଦେଇଥିଲେ। ୨୩ ତାରିଖରେ କୁତ୍ରା ପୁଲିସ ଅଭିଯୁକ୍ତ ଭଣ୍ଡାରୀକୁ ଗିରଫ କରି କୋର୍ଟଚାଲାଣ କରିବା ସହ ଅନ୍ୟ ଅଭିଯୁକ୍ତକୁ ଜୁଭେନାଇଲ କୋର୍ଟକୁ ପଠାଇଥିଲେ।

ପୀଡ଼ିତାଙ୍କୁ ୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦେଶ ଦେଇଛନ୍ତି। ମାମଲାକୁ ସରକାରୀ ଆଇନଜୀବୀ ଦେବାଶିଷ ମିଶ୍ର ପରିଚାଳନା କରିଥିଲେ।

SBI AD