ଷ୍ଟେଟ୍‌ ବ୍ୟାଙ୍କ ‌ନିଟ୍‌ ଲା‌ଭ ୪ ଗୁଣ ବୃଦ୍ଧି

ନୂଆଦିଲ୍ଲୀ,୬/୬ : ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଗତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ବ୍ୟାଙ୍କ ଏହି ତ୍ରୟମାସରେ ଜବରଦସ୍ତ ଲାଭ କରିଛି। ବ୍ୟାଙ୍କର ନିଟ୍‌ ଲାଭ ୪ ଗୁଣ ବୃଦ୍ଧି ଘଟି ୩୫୮୧ କୋଟି ଟଙ୍କାରେ ପହଞ୍ଚିଛି। କ୍ରେଡିଟ୍ କାର୍ଡ ୟୁନିଟ୍‌ର ଅଂଶଧନ ବିକ୍ରି ଓ ଅନାଦାୟ ଋଣ ସ୍ଥିତିରେ ଉନ୍ନତି ଆସିବା ଯୋଗୁଁ ବ୍ୟାଙ୍କ ଏଭଳି ଲାଭ କରିଛି। ତେବେ ବ୍ୟାଙ୍କ ୧୨୦୧୮-୧୯ ଆର୍ଥିକ ବର୍ଷର ଶେଷ ତ୍ରୟମାସରେ ୮୩୮ କୋଟି ଟଙ୍କାର ନିଟ୍‌ ଲାଭ କରିଥିଲା। ୟେସ୍ ବ୍ୟାଙ୍କରେ ଗତବର୍ଷ ଭାରତୀୟ ଷ୍ଟେଟ ବ୍ୟାଙ୍କ ପ୍ରାୟ ୪୯ ପ୍ରତିଶତ ଅଂଶଧନ କିଣିଥିଲା। ଏହାପରେ ୟେସ ବ୍ୟାଙ୍କ ଭାରତୀୟ ‌ଷ୍ଟେଟ ବ୍ୟାଙ୍କର ଏକ ସହଯୋଗୀ ବ୍ୟାଙ୍କରେ ପରିଣତ ହୋଇଛି। ଗତ ମାର୍ଚ୍ଚ ୧୪ ତାରିଖରୁ ‌ୟେସ୍ ବ୍ୟାଙ୍କ ଏସବିଆଇର ସହଯୋଗୀ ସଂସ୍ଥା ହୋଇଛି। ଫଳରେ ଷ୍ଟେଟ ବ୍ୟାଙ୍କର ସହଯୋଗୀ ବ୍ୟାଙ୍କ ସଂଖା ଏବେ ୧୮କୁ ବୃଦ୍ଧି ପାଇଛି। ଏହି ତାଲିକାରେ ଓଡ଼ିଶାର ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମଧ୍ୟ ରହିଛି।