ଭୁବନେଶ୍ୱର, ୧୨/୮ : ଆଜି ଅପରାହ୍ନ ୫.୩୦ରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ। ନବୀନ ନିବାସରୁ ଭିଡିଓ କନଫରେନ୍ସିଂରେ ଏହି ବୈଠକରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କ୍ୟାବିନେଟରେ ଆଲୋଚନା ପାଇଁ ରାଜସ୍ୱ, ପଞ୍ଚାୟତିରାଜ, ସ୍ୱାସ୍ଥ୍ୟ, ଜଳସମ୍ପଦ, ନଗର ଉନ୍ନୟନ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରସ୍ତାବ ସମେତ ମୋଟ ୧୮ଟି ପସ୍ତାବ ଥିବା ସୂଚନା ମିଳିଛି। ପୁରୀରେ ଜଳଯୋଗାଣ ଓ ଅନ୍ୟାନ୍ୟ ବିକାଶ କାର୍ଯ୍ୟ ଉପରେ ଆଲୋଚନା ହେବାର ପ୍ରସ୍ତାବ ଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ରହିବେ, ରାଜଧାନୀରେ ଥିବା ମନ୍ତ୍ରୀମାନେ ଲୋକସେବା ଭବନର ତୃତୀୟ ମହଲା ଏବଂ ଜିଲାରେ ଥିବା ମନ୍ତ୍ରୀମାନେ ସଂପୃକ୍ତ ଜିଲାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପସ୍ଥିତ ରହି ଭିଡିଓ କନଫରେନ୍ସିଂରେ ଅଂଶ ଗ୍ରହଣ କରିବେ ବୋଲି ସୂଚନା ମିଳିଛି।