୧ଲକ୍ଷ ୪୦ହଜାର ଟଙ୍କା ଲାଞ୍ଚ ନେବାବେଳେ ସହକାରୀ ଯନ୍ତ୍ରୀଙ୍କୁ ଗିରଫ କଲା ସିବିଆଇ

0

ସମ୍ବଲପୁର ୧୪/୦୪ : ସମ୍ବଲପୁର ପିଏମଜି ଅଫିସରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଶିବାଶିଷ ପାଲ ଠିକାଦାରଙ୍କଠାରୁ ୧ଲକ୍ଷ ୪୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ସବିଆଇ ହାତ‌ରେ ଧରାପଡ଼ିଲେ । ତାଙ୍କୁ ଗିରଫ କରିଛି ଭୁବନେଶ୍ବର ସିବିଆଇ ଟିମ୍। ସକାଳେ ୩ଟି ଗାଡ଼ିରେ ଆସିଥିବା ସିବିଆଇ ଟିମ୍ ପିଏମଜି ଅଫିସରେ ପହଞ୍ଚିଥିଲେ। ସେହି ଟିମରେ ୭ଜଣ ଥିବା ଜଣାଯାଇଛି। ସରକାରୀ ଛୁଟି ଥିବାରୁ କାର୍ଯ୍ୟାଳୟ ଗେଟରେ ତାଲା ଦେଇ ଭିତରେ ସିବିଆଇ ଟିମ୍ ଚଢ଼ଉ କରିଥିଲା। ଦେବେନ୍ଦ୍ର ପୁହାଣ ନାମକ ଜଣେ ମଧ୍ୟସ୍ଥିଙ୍କ ଜରିଆରେ ସହକାରୀ ଯନ୍ତ୍ରୀ(ସିଭିଲ୍) ଶିବାଶିଷ ପାଲ ଠିକାଦାରଙ୍କଠାରୁ ୧ଲକ୍ଷ ୪୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିବିଆଇ ଟିମ୍ ଧରିଥିଲେ। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

SBI AD
Leave A Reply

Your email address will not be published.