ମନି ପ୍ଲାଣ୍ଟଠୁ ଅଧିକ ଭଲ ଏହି ପ୍ଲାଣ୍ଟ୍ : ଘରେ ରଖିଲେ ବଢ଼େ ଧନ-ସମ୍ପତ୍ତି

ଘରର ସୁଖ-ସମୃଦ୍ଧି ପାଇଁ ଆମେ ସମସ୍ତେ ପ୍ରାୟତଃ ମନି ପ୍ଲାଣ୍ଟ ଲଗାଇଥାଉ । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ମନି ପ୍ଲାଣ୍ଟଠାରୁ ବି ଅଧିକ ଚମତ୍କାରୀ ଏବଂ ପ୍ରଭାବଶାଳୀ ଆଉ ଏକ ଗଛ ଅଛି । ଯାହାର ନାଁ ହେଉଛି ‘କଏନ୍ ପ୍ଲାଣ୍ଟ’। ଆମ ଘରର ଶୋଭା ବଢ଼ାଉଥିବା ମନି ପ୍ଲାଣ୍ଟ ଏକପ୍ରକାର ଲତା ସଦୃଶ ଯାହାକୁ ମାଡ଼ିବା ପାଇଁ ଜାଗା ମଧ୍ୟ ଦରକାର । କିନ୍ତୁ କଏନ୍ ପ୍ଲାଣ୍ଟ ଏକ ଛୋଟ, ମଜବୁତ ଏବଂ ସୁନ୍ଦର ଗଛ ଭାବେ ନିଜେ ଛିଡ଼ା ହୋଇ ରହେ। ଏହାର ପତ୍ରଗୁଡ଼ିକ ଗୋଲାକାର, ଚମକଦାର ଏବଂ ମୁଦ୍ରା ଭଳି ଦେଖାଯାଏ ଯାହା ଘରକୁ ଏକ ଆକର୍ଷଣୀୟ ରୂପ ଦେଇଥାଏ । ବାସ୍ତୁ ବିଶେଷଜ୍ଞଙ୍କ ମତରେ ଏହାର ଶକ୍ତି ମନି ପ୍ଲାଣ୍ଟ ତୁଳନାରେ ଅଧିକ ସ୍ଥିର ଓ ସକାରାତ୍ମକ ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିଥାଏ। ମନି ପ୍ଲାଣ୍ଟର ଲତା ବଢ଼ିବା ସହ ଘରେ ଧନ ବଢ଼ିବାର ବିଶ୍ୱାସ ରହିଛି କିନ୍ତୁ କଏନ୍ ପ୍ଲାଣ୍ଟକୁ ‘ସ୍ଥିରତା’ର ପ୍ରତିକ କୁହାଯାଏ। ଏହା ଘରକୁ କେବଳ ଧନ ଆଣେ ନାହିଁ ବରଂ ଅନାବଶ୍ୟକ ଖର୍ଚ୍ଚ କମାଇ ସଞ୍ଚୟ ବଢ଼ାଇବାରେ ମଧ୍ୟ ସାହାଯ୍ୟ କରେ। ଏହାର ଚମକଦାର ପତ୍ର ଘରର ପରିବେଶରୁ ଖରାପ ବା ନକାରାତ୍ମକ ଶକ୍ତିକୁ ତୁରନ୍ତ ଶୋଷିନିଏ ଏବଂ ପୂରା ଘରେ ସକାରାତ୍ମକ ଶକ୍ତି ଭରିଦିଏ। ମନି ପ୍ଲାଣ୍ଟ ଭଳି ଏହାକୁ ବାରମ୍ବାର ପାଣି ଦେବା ବା କାଟିବା ଆବଶ୍ୟକ ହୁଏନାହିଁ । ଯଦି ଆପଣ ବ୍ୟସ୍ତ ରହୁଛନ୍ତି ତେବେ କମ୍ ରକ୍ଷଣାବେକ୍ଷଣରେ ବଢ଼ୁଥିବା ଏହି ଗଛ ଆପଣଙ୍କ ପାଇଁ ସର୍ବୋତ୍ତମ। ଏହି ଗଛ ଘରେ ରହିଲେ ପରିବାର ସଦସ୍ୟଙ୍କ ମଧ୍ୟରେ ମାନସିକ ଚାପ କମିଥାଏ ଏବଂ ପାରସ୍ପରିକ ସ୍ନେହ ଆଦର ବୃଦ୍ଧି ପାଇଥାଏ। , କଏନ୍ ପ୍ଲାଣ୍ଟକୁ ସର୍ବଦା ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ରଖିବା ଉଚିତ। ଉତ୍ତର ଦିଗକୁ ଧନର ଦେବତା କୁବେରଙ୍କ ଦିଗ ବୋଲି କୁହାଯାଏ, ତେଣୁ ଏହି ସ୍ଥାନରେ କଏନ୍ ପ୍ଲାଣ୍ଟ୍ ରଖିବା ଦ୍ୱାରା ଆର୍ଥିକ ଉନ୍ନତିର ନୂଆ ନୂଆ ସୁଯୋଗ ମିଳିଥାଏ। ମନେରଖନ୍ତୁ, ଏହାକୁ କେବେ ବି କୌଣସି ଅନ୍ଧାର କୋଣ ବା ସୂର୍ଯ୍ୟାଲୋକ ଆଦୌ ପଡୁନଥିବା ସ୍ଥାନରେ ରଖନ୍ତୁ ନାହିଁ। ଯଦି ଆପଣ ବି ନିଜ ଘରେ ସୁଖ, ସମୃଦ୍ଧି ଏବଂ ଆର୍ଥିକ ସ୍ଥିରତା ଚାହୁଛନ୍ତି, ତେବେ ଆଜି ହିଁ ଘରକୁ ଆଣନ୍ତୁ ଏହି ଚମତ୍କାରୀ କଏନ୍ ପ୍ଲାଣ୍ଟ।