ଚଳିତ ସପ୍ତାହରେ ମିଳିବ ‘ସୁଭଦ୍ରା’ ଟଙ୍କା : ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୦୮/୦୧ : ‘ସୁଭଦ୍ରା’ ହିତାଧିକାରୀଙ୍କ ପାଇଁ ଖୁସି ଖବର। ଚଳିତ ସପ୍ତାହରେ ମିଳିବ ‘ସୁଭଦ୍ରା’ ଟଙ୍କା। ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।  ଏହି ସପ୍ତାହରେ ସାରା ଓଡ଼ିଶାରେ ମୋଟ ୪,୫୭,୬୮୧ ଜଣ ମହିଳାଙ୍କୁ ଏହି ଯୋଜନାରେ ଆର୍ଥିକ ସହାୟତା ମିଳିବ। ଏଥିରେ ନୂତନ ହିତାଧିକାରୀ ଏବଂ ପୂର୍ବରୁ ବାଦ ଦିଆଯାଇଥିବା କିନ୍ତୁ ଯାଞ୍ଚ ପରେ ପୁନଃ ଅନ୍ତର୍ଭୁକ୍ତ ହୋଇଥିବା ମହିଳା ଉଭୟ ଅନ୍ତର୍ଭୁକ୍ତ। ତେବେ ଚଳିତ ଥର ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳା ସୁଭଦ୍ରା ଟଙ୍କା ପାଇବେ। ପୂର୍ବରୁ ବାଦ ପଡିଥିବା ୨ ଲକ୍ଷ ୫୫ ହଜାର ୨୬୫ଜଣଙ୍କୁ ପୁଣିଥରେ ସାମିଲ କରାଯାଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ।  ଗତ ନଭେମ୍ୱର ମାସରେ ଆରମ୍ଭ ହୋଇଥିଲା ଆବେଦନ ପ୍ରକ୍ରିୟ। ନୂଆ କରି ୧ ଲକ୍ଷ ୭୮ ହଜାର ୩୯୮ ନୂଆ ହିତାଧିକାରୀଙ୍କୁ ପ୍ରଥମ ଥର ମିଳିବ ସୁଭଦ୍ରା ଟଙ୍କା। ୫୦୦୦ ଟଙ୍କା ଲେଖାଏଁ ପାଇବେ। ତେବେ ପୂର୍ବରୁ ଯେଉଁମାନେ ବାଦ୍ ପଡିଥିଲେ ସେମାନେ ସମସ୍ତ ଏକାଥରେ କିସ୍ତି ପାଇବେ। ସେହିପରି ଅଭିଯୋଗ ଶୁଣାଣିରେ ୨୪ହଜାର ୧୮ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଛି । ୨୫୦ କୋଟି ଟଙ୍କାର ସହାୟତା ରାଶି ଖାତାକୁ ଯିବ।