ଭୁବନେଶ୍ୱର, ୨୧/୦୮ : ଅଗଷ୍ଟ ୨୭ ନୁହେଁ, ୨୮ ତାରିଖରେ ମିଳିବ ସୁଭଦ୍ରା ଟଙ୍କା । ରାଖି ପୂର୍ଣ୍ଣିମା ଅବସରରେ ରାଜ୍ୟର ମହିଳା ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି । ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏଥର ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣ ହିତାଧିକାରୀଙ୍କ ଖାତାକୁ ସୁଭଦ୍ରା ଟଙ୍କା ଯିବ । ଅର୍ଥାତ୍, ଯେଉଁ ମହିଳାମାନେ ଏହି କିସ୍ତି ପାଇବାକୁ ଯୋଗ୍ୟ, ସେମାନଙ୍କ ଆକାଉଣ୍ଟକୁ ରକ୍ଷାବନ୍ଧନ ଦିନ ଅର୍ଥରାଶି ପଠାଯିବ ।