ମୁମ୍ବଇ,୧୫/୬ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ଚକିତ କରିଛି। ସମଗ୍ର ବଲିଉଡ ସ୍ତବ୍ଧ ହୋଇଯାଇଥିବାବେଳେ ଓଡିଶା କ୍ୟାଡରର ଆଇପିଏସ ଅଫିସର ଅମିତାଭ ଠାକୁର ନିଜର ଜଣେ ଖାସ ବନ୍ଧୁଙ୍କୁ ହରାଇ ଭାବୁକ ହୋଇପଡିଛନ୍ତି। କାରଣ କିଛି ଦିନ ତଳେ ସୁଶାନ୍ତଙ୍କ ସହ ଫୋନରେ କଥା ହୋଇଥିବାବେଳେ ଅମିତାଭଙ୍କ ବାହାଘରରେ ସୁଶାନ୍ତଙ୍କ ବରଯାତ୍ରୀ ଡ୍ୟାନ୍ସ ତାଙ୍କ ସ୍ମୃତିକୁ ଉଜ୍ଜୀବିତ କରିଛି। ସୁଶାନ୍ତ ବିହାରର ପାଟନାରେ ଜନ୍ମଗ୍ରହଣ କରିଥିବାବେଳେ ଅମିତାଭଙ୍କ ଘର ମଧ୍ୟ ବିହାର।