ନୂଆଦିଲ୍ଲୀ, ୩୦/୦୮ : ତାମିଲନାଡୁରେ ବିଜୟ ସରକାର ପୂର୍ବ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ସୁରକ୍ଷା ହଟାଯାଇଛି । ଡିଏମକେ ମୁଖ୍ୟଙ୍କୁ ପୂର୍ବରୁ Z+ ସିକ୍ୟୁରିଟ୍ ମିଳିଥିଲା । ଯାହାକୁ ଏବେ ହଟାଇ ଦିଆଯାଇଛି । ଏହି ନିଷ୍ପତ୍ତି ପରେ ଷ୍ଟାଲିନ ସୁରକ୍ଷାରେ ୫୪ ଜଣଙ୍କ ବଦଳରେ ୩୪ ଜଣ ସୁରକ୍ଷା କର୍ମୀ ନିୟୋଜିତ ରହିଛନ୍ତି । ମୁଖ୍ୟ ସଚିବ ସାଇ କୁମାର ଅଧ୍ୟକ୍ଷତାରେ ସମୀକ୍ଷା ବୈଠକରେ ଗ୍ହ ସଚିବ କେ ମଣିବାସନ ଏବଂ ବରିଷ୍ଠ ଆଇପିଏସ ଅଧିକାରୀ ସାମିଲ ହୋଇଥିଲେ । ସମୀକ୍ଷା ବୈଠକରେ ନିଷ୍ପତ୍ତି ଅନୁଯାୟୀ, ଷ୍ଟାଲିନଙ୍କ ସୁରକ୍ଷାକୁ Z+ ସିକ୍ୟୁରିଟ୍କୁ ହଟାଯାଇ Z ଶ୍ରେଣୀ କରାଯାଇଛି । ଷ୍ଟାଲିନ ସୁରକ୍ଷାରେ ୫୪ ଜଣଙ୍କ ବଦଳରେ ୩୪ ଜଣ ସୁରକ୍ଷା କର୍ମୀ ନିୟୋଜିତ ରହିଛନ୍ତି । Z ଶ୍ରେଣୀ କ୍ୟାଟେଗୋରୀ ସିକ୍ୟୁରିଟି ଅଧିନରେ ସିଆରପିଏଫର କମାଣ୍ଡୋ ସବୁବେଳେ ଷ୍ଟାଲିନଙ୍କ ସୁରକ୍ଷାରେ ନିୟୋଜିତ ରହିବେ । ଆଇବି ଗୁଇନ୍ଦା ସୂଚନା ଆଧାରରେ ତାଙ୍କୁ ଏଭଳି ସୁରକ୍ଷା ଦିଆଯାଇଛି । ସିଆରପିଏଫର ୩୩ରୁ ଅଧିକ କମାଣ୍ଡୋ ଷ୍ଟାଲିନଙ୍କ ସୁରକ୍ଷାରେ ୨୪ ଘଣ୍ଟା ନିୟୋଜିତ ରହିବେ । ଏଥିରେ ୧୨ କମାଣ୍ଡୋ ଷ୍ଟାଲିନଙ୍କ ପାଖରେ ରହିବେ । ନିକଟରେ ବିଜୟ ସରକାର ୧୦୦ ଦିନ ପୂରଣ କରିଛନ୍ତି । ଏହି ଅବସରରେ ସରକାରଙ୍କ ଉପଲବ୍ଧିର ରିପୋର୍ଟ କାର୍ଡ ଜାରି କରାଯାଇଛି । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ସୁପ୍ରିମକୋର୍ଟର ଚିଫ ଜଷ୍ଟିସଙ୍କ ଭଳି ସରକାରୀ ପଦବୀରେ ଥିବା ଅଫିସରଙ୍କୁ ସୁରକ୍ଷା ସରକାରଙ୍କ ତରଫରୁ ଦିଆଯାଇଥାଏ । ସରକାରଙ୍କ ସିକ୍ୟୁରିଟି ୫ କ୍ୟାଟେଗୋରୀରେ ବିଭକ୍ତ କରାଯାଇଛି । ଏଥିରେ X, Y, Y+, Z ଏବଂ Z+ କ୍ୟାଟେଗୋରୀ ରହିଛି ।