ମାରୁତିକୁ ପଛରେ ପକାଇ ଟାଟାକୁ ଏକ ନମ୍ବର କରିଛି ଏହି ଗାଡ଼ି, ଦାମ୍‌ ମାତ୍ର ୭.୬ ଲକ୍ଷ

ମୁମ୍ବାଇ : ଅକ୍ଟୋବରରେ କାର୍‌ ବିକ୍ରୟ ସଂଖ୍ୟା ସାମ୍ନାକୁ ଆସିଛି। ଏହି ମାସରେ ମଧ୍ୟ ମାରୁତି ସୁଜୁକିର ଅଲ୍ଟୋ ଦେଶର ସର୍ବାଧିକ ବିକ୍ରି ହେଉଥିବା କାର୍‌ ହୋଇପାରିଛି। ମାରୁତି ସୁଜୁକିର ପ୍ରାଧାନ୍ୟ ଏପରି ଭାବେ ରହିଛି ଯେ, ଶ୍ରେଷ୍ଠ ୫ଟି ଗାଡ଼ି ମଧ୍ୟରୁ ୪ଟି କେବଳ ମାରୁତି ସୁଜୁକିର। ତେବେ ଏସୟୁଭି କାର ବିକ୍ରୟ ମାମଲାରେ ମାରୁତି ସୁଜୁକିକୁ ପଛରେ ପକାଇଛି ଟାଟା ମୋଟର୍ସ। ଗତ ଦୁଇ ମାସ ଧରି ମାରୁତି ସୁଜୁକି ବ୍ରେଜା ଏସୟୁଭି ସର୍ବାଧିକ ବିକ୍ରି ହେଉଥିବା ବେଳେ ଅକ୍ଟୋବର ମାସରେ ଟାଟା ନେକ୍ସନ ବିକ୍ରି ଅଧିକ ହୋଇଛି ।

ଟାଟା ନେକ୍ସନ ସର୍ବାଧିକ ବିକ୍ରୟ ହେଉଥିବା ଏସୟୁଭି :

ଅକ୍ଟୋବର ୨୦୨୨ରେ ଟାଟା ନେକ୍ସନ ବଜାରକୁ ପ୍ରତ୍ୟାବର୍ତ୍ତନ କରି ନମ୍ବର ୧ର ମୁକୁଟ ନିଜ ନାଁରେ କରି ନେଇଛି। ଗତ ମାସ ଟାଟା ମୋଟର୍ସ ନେକ୍ସନ ସବ-କମ୍ପାକ୍ଟ ଏସୟୁଭିର ମୋଟ୍‌ ୧୩୭୬୭ ୟୁନିଟ ବିକ୍ରି କରିଛି। ଟାଟା ନେକ୍ସନର ବିକ୍ରିରେ ବର୍ଷ ଆଧାରରେ ୩୬ ପ୍ରତିଶତ ବୃଦ୍ଧି ଘଟିଛି। ଗତ ବର୍ଷ ଅକ୍ଟୋବରରେ ଏହାର ୧୦,୦୯୬ ୟୁନିଟ୍‌ ବିକ୍ରି ହୋଇଥିଲା।

ଟାଟା ନେକ୍ସନର ବର୍ତ୍ତମାନ ମୂଲ୍ୟ ୭.୬୦ ଲକ୍ଷରୁ ୧୪.୦୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଏଥିରେ ୧.୨-ଲିଟର ତିନି-ସିଲିଣ୍ଡର ଟର୍ବୋ-ପେଟ୍ରୋଲ ଏବଂ ୧.୫-ଲିଟର ଚାରି-ସିଲିଣ୍ଡର ଟର୍ବୋ-ଡିଜେଲ ଇଞ୍ଜିନର ଅପ୍ସନ ରହିଛି। ନେକ୍ସନର ଟପ୍‌ ଭେରିଏଣ୍ଟରେ ଆଣ୍ଡ୍ରଏଡ୍‌ ଅଟୋ ଓ ଆପଲ୍‌ କାର୍‌ପ୍ଲେ ସହିତ ୭ ଇଞ୍ଚର ଟଚ୍‌ ସ୍କ୍ରିନ୍‌ ଇନଫୋଟେନମେଣ୍ଟ ସିଷ୍ଟମ, ଡିଜିଟାଲ ଇନ୍‌ଷ୍ଟ୍ରୁମେଣ୍ଟ କ୍ଲଷ୍ଟର, କୁଲ୍ଡ ଗ୍ଲୋଭବକ୍ସ, ରିୟର୍‌ ଭେଣ୍ଟ୍‌ସ ସହ ଅଟୋ ଏସି, କ୍ରୁଜ କଂଟ୍ରୋଲ ଓ ରେନ୍‌-ସେନ୍ସିଂ ୱାଇପର, ଭେଣ୍ଟିଲେଟେଡ୍‌ ଫ୍ରଣ୍ଟ ସିଟ୍‌, ଅଟୋ- ଡିମିଂ IRVM, ଏୟାର କ୍ବାଲିଟି ଡିସ୍‌ପ୍ଲେ ସହିତ ଏକ ଏୟାର ପ୍ୟୁରିଫାୟର ଭଳି ଫିଚର୍‌ ରହିଛି।

SBI AD