ଡାଇବେଟିସ୍ ରୋଗୀଙ୍କ ପାଇଁ ମନ୍ଦାର ଚା’ ଲାଭଦାୟକ

ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ପ୍ରତିଦିନ ବଢିବାକୁ ଲାଗିଛି । ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖରାପ ଖାଦ୍ୟପେୟକୁ ନେଇ ଅଧିକାଂଶ ଲୋକ ଏହି ରୋଗ କବଳରେ ଆସୁଛନ୍ତି । ଏଥିରୁ ମୁକ୍ତି ପାଇବା ପାଇଁ ନାନା ଉପାୟ ଆପଣାଉଥିବା ଲୋକମାନେ ଥରେ ମନ୍ଦାର ଚା’ ପିଇବା ଉଚିତ । ଏହାଦ୍ୱାରା ମଧୁମେହ ରୋଗୀଙ୍କୁ ଫାଇଦା ମିଳିବ ।
ଆସନ୍ତୁ ଜାଣିବା ମନ୍ଦାର ଚା’ ଦ୍ୱାରା କେମିତି ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣରେ ରହିବ ।

ମନ୍ଦାର ଫୁଲ ଏବଂ ପତ୍ରରେ ବିଟା-କେରୋଟିନ୍, ଭିଟାମିନ୍-ସି ଭଳି ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ । ଯାହା ଆପଣଙ୍କ ଶରୀରକୁ ସୁସ୍ଥ ରଖିଥାଏ । ଏହି ଆଣ୍ଟିଅକ୍ସିଡାଣ୍ଟଗୁଡିକ ଆପଣଙ୍କ ଶରୀରକୁ ରେଡିକଲ୍ସରୁ ମୁକ୍ତ କରିପାରେ ।

ଯଦି ଆପଣ ମଧୁମେହ, କର୍କଟ ଏବଂ ହୃଦୟ ସହ ଜଡିତ ରୋଗରେ ପୀଡିତ ତେବେ ଏହା ଆପଣଙ୍କ ପାଇଁ ନିତାନ୍ତ ଜରୁରୀ ଅଟେ । ରକ୍ତ ଶର୍କରା ନିୟନ୍ତ୍ରଣ କରିବା ସହ କୋଲେଷ୍ଟ୍ରଲକୁ ମଧ୍ୟ ନିୟନ୍ତ୍ରଣ କରିବାରେ ମନ୍ଦାର ଚା’ ବେଶ୍ ଲାଭଦାୟକ ।

ଅର୍ଥାତ୍ ଆପଣଙ୍କ ଶରୀରରେ ଖରାପ ଏବଂ ଭଲ କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣରେ ରହିଥାଏ । ଯାହାଦ୍ୱାରା ହୃଦଘାତ ସମ୍ଭାବନା ମଧ୍ୟ ହ୍ରାସ ପାଇଥାଏ ।

ଓଜନ ହ୍ରାସ କରିବାରେ ମନ୍ଦାର ମଧ୍ୟ ବହୁତ ଲାଭଦାୟକ । ବାସ୍ତବରେ, ଏଥିରେ ଥିବା ଗୁଣଗୁଡିକ ଆପଣଙ୍କ ମେଟାବଲିଜିମ୍କୁ ବୁଷ୍ଟ୍ କରିଥାଏ । ଯାହାଦ୍ୱାରା ଶରୀରର ଓଜନକୁ ହ୍ରାସ କରାଯାଇପାରେ । ଏହାସହ ମନ୍ଦାର ଚା’ ପିଇବା ଦ୍ୱାରା ଶରୀର ଫୁଲା ଜନିତ ସମସ୍ୟା କମ୍ ହୋଇପାରେ ।