ମର୍ମନ୍ତୁଦ ସଡକ ଦୁର୍ଘଟଣା : ଏକା ସାଙ୍ଗରେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ

ନୂଆଦିଲ୍ଲୀ, ୦୬/୦୯ : କେରଳର ତ୍ରିସୁର ଜିଲ୍ଲାର କୁନ୍ନମକୁଲମରେ ଶନିବାର ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଏକ ଦମ୍ପତି ଏବଂ ସେମାନଙ୍କର ତିନି ବର୍ଷର ପୁଅ ଥିବା ଜଣାପଡିଛି । ପରିବାର ଏକ ବିବାହରେ ଯୋଗ ଦେଇ ନିଜ ମୋଟରସାଇକେଲରେ ଘରକୁ ଫେରୁଥିଲେ । ସେମାନେ ରାସ୍ତା କଡ଼ରେ ନିଜ ମୋଟରସାଇକେଲକୁ ଅଟକାଇଥିଲେ, ସେତେବେଳେ ଏକ କାର ନିୟନ୍ତ୍ରଣ ହରାଇ ସେମାନଙ୍କ ମୋଟରସାଇକେଲ ସହିତ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ ଘଟଣାସ୍ଥଳେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ଫଳରେ ମଧ୍ୟରାତ୍ରିରେ ଗୁରୁଭାୟୁର-କୁନ୍ନମକୁଲମ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା । ଅନ୍ୟପଟେ ମୃତକଙ୍କ ପରିଚୟକୁ ପୋଲିସ୍ ଚିହ୍ନଟ କରିଛି । ମୃତକମାନେ ହେଉଛନ୍ତି ଚାଭାକ୍କଡର ଏଡାକ୍କାଝିୟୁର ନିବାସୀ ମୁନୀର (୩୫), ତାଙ୍କ ସ୍ତ୍ରୀ ସଫନା (୨୫) ଏବଂ ସେମାନଙ୍କର ତିନି ବର୍ଷର ପୁଅ ୟାମିଲ ଆଇବାକ ।