ବାଘ ଆସୁଛି ସାତକୋଶିଆ

ଅତି ସାବଧାନତାର ସହ ବାଘକୁ ସ୍ୱତନ୍ତ୍ର ଷ୍ଟ୍ରେଚରରେ ଆଣି ଯନ୍ତାରେ ରଖାଯାଇଥିଲା। ତା’ପରେ ଯନ୍ତାକୁ ସ୍ୱତନ୍ତ୍ର ଗାଡ଼ିରେ ଓଡ଼ିଶା ଅଣାଯାଇଛି। ୱାଇଲ୍ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆର ବିଶେଷଜ୍ଞ, ମଧ୍ୟପ୍ରଦେଶ ଓ ଓଡ଼ିଶା ପ୍ରାଣୀ ବିଜ୍ଞାନୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ କରାଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ବାଘର ଐତିହାସିକ ଯାତ୍ରା। ଅଧା ରାସ୍ତା ଅତିକ୍ରମ କରି ରାୟପୁରରେ ରହିବା ପରେ ଆଜି ବାଘ ସାତକୋଶିଆରେ ପହଞ୍ଚିଥିଲା ବୋଲି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ସନ୍ଦୀପ ତ୍ରିପାଠୀ କହିଛନ୍ତି। ଏପଟେ ସାତକୋଶିଆରେ ବାଘ ପାଇଁ ତିଆରି ହୋଇଛି। କାହ୍ନାର ପରିବେଶ ସହ ସନ୍ତୁଳନ ରକ୍ଷା କରି ସାତକୋଶିଆର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏହି ଖୁଆଡ଼ କରାଯାଇଛି। ବାଘ ପାଇଁ ଆବଶ୍ୟକ ଖାଦ୍ୟ ମଧ୍ୟ ପ୍ରସ୍ତୁତ ରହିଛି। କିଛିଦିନ ବାଘକୁ ଏନ୍‌କ୍ଲୋଜରରୁ ଜଙ୍ଗଲ ଭିତରକୁ ଛଡ଼ାଯିବ। ଗତିବିଧି ଅନୁଧ୍ୟାନ ପାଇଁ ବାଘ ଦେହରେ ଜିପିଏସ୍ ଉପକରଣ ଲଗାଯିବ। ସାତକୋଶିଆରେ ଥିବା ଜଙ୍ଗଲୀ ହାତୀଙ୍କ ସହ ବାଘ କେମିତି ରହୁଛି ତା ଉପରେ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ନଜର ରହିବ। ସେପଟେ ସାତକୋଶିଆରେ ବାଘ ଛଡାଯିବାକୁ ନେଇ ବନବିଭାଗ ଉତ୍ସାହିତ ଥିବା ବେଳେ ଅଭୟାରଣ୍ୟ ଅ଼ଞ୍ଚଳରେ ରହୁଥିବା ଲୋକେ କିନ୍ତୁ ଆତଙ୍କିତ ହୋଇପଡିଛନ୍ତି।

0

ଅତି ସାବଧାନତାର ସହ ବାଘକୁ ସ୍ୱତନ୍ତ୍ର ଷ୍ଟ୍ରେଚରରେ ଆଣି ଯନ୍ତାରେ ରଖାଯାଇଥିଲା। ତା’ପରେ ଯନ୍ତାକୁ ସ୍ୱତନ୍ତ୍ର ଗାଡ଼ିରେ ଓଡ଼ିଶା ଅଣାଯାଇଛି। ୱାଇଲ୍ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆର ବିଶେଷଜ୍ଞ, ମଧ୍ୟପ୍ରଦେଶ ଓ ଓଡ଼ିଶା ପ୍ରାଣୀ ବିଜ୍ଞାନୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ କରାଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ବାଘର ଐତିହାସିକ ଯାତ୍ରା। ଅଧା ରାସ୍ତା ଅତିକ୍ରମ କରି ରାୟପୁରରେ ରହିବା ପରେ ଆଜି ବାଘ ସାତକୋଶିଆରେ ପହଞ୍ଚିଥିଲା ବୋଲି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ସନ୍ଦୀପ ତ୍ରିପାଠୀ କହିଛନ୍ତି।
ଏପଟେ ସାତକୋଶିଆରେ ବାଘ ପାଇଁ ତିଆରି ହୋଇଛି। କାହ୍ନାର ପରିବେଶ ସହ ସନ୍ତୁଳନ ରକ୍ଷା କରି ସାତକୋଶିଆର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏହି ଖୁଆଡ଼ କରାଯାଇଛି। ବାଘ ପାଇଁ ଆବଶ୍ୟକ ଖାଦ୍ୟ ମଧ୍ୟ ପ୍ରସ୍ତୁତ ରହିଛି। କିଛିଦିନ ବାଘକୁ ଏନ୍‌କ୍ଲୋଜରରୁ ଜଙ୍ଗଲ ଭିତରକୁ ଛଡ଼ାଯିବ। ଗତିବିଧି ଅନୁଧ୍ୟାନ ପାଇଁ ବାଘ ଦେହରେ ଜିପିଏସ୍ ଉପକରଣ ଲଗାଯିବ। ସାତକୋଶିଆରେ ଥିବା ଜଙ୍ଗଲୀ ହାତୀଙ୍କ ସହ ବାଘ କେମିତି ରହୁଛି ତା ଉପରେ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ନଜର ରହିବ। ସେପଟେ ସାତକୋଶିଆରେ ବାଘ ଛଡାଯିବାକୁ ନେଇ ବନବିଭାଗ ଉତ୍ସାହିତ ଥିବା ବେଳେ ଅଭୟାରଣ୍ୟ ଅ଼ଞ୍ଚଳରେ ରହୁଥିବା ଲୋକେ କିନ୍ତୁ ଆତଙ୍କିତ ହୋଇପଡିଛନ୍ତି।

SBI AD
Leave A Reply

Your email address will not be published.