ଟିଟିଲାଗଡ଼ ମର୍ମନ୍ତୁଦ ଦୁର୍ଘଟଣା ; ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷ ସହାୟତା ରାଶି ଘୋଷଣା

ଭୁବନେଶ୍ୱର, ୨୯/୦୪ : ଟିଟିଲାଗଡ଼ ଦୁର୍ଘଟଣାରେ ମୃତ ୩ ଶିଶୁଙ୍କ ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ସହାୟତା ରାଶି ଘୋଷଣା କରାଯାଇଛି। ସବୁ ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ସହାୟତା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଟିଟିଲାଗଡ ଥାନା ଲେସୁନବାହାଲି ଗାଁରୁ ଜଣେ ପରିବାର ମଙ୍ଗଳବାର ପିକଅପ ଯୋଗେ ବିବାହ ଭୋଜି ଖାଇ ଫେରିବା ବେଳେ ମାରଲାଡ ଗ୍ରାମ ନିକଟରେ ଏକ ବାଇକ ଓ ପିକଅପ ଗାଡି ମୁହାମୁହିଁ ଧକ୍କା ହୋଇ ଚାଲିଗଲା ୩ ନୀରିହ ଶିଶୁଙ୍କ ଜୀବନ। ପିକଅପ ଗାଡ଼ିରେ ଥିବା ୬ ଜଣଙ୍କ ମଧ୍ୟରୁ ୩ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ଗୁରୁତରକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଟିଟିଲାଗଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ସହ ଚିକିତ୍ସା କରାଯାଉଥିବା ବେଳେ ସାଙ୍ଘାତିକ ଗୁରୁତର ଥିବା ଶିଶୁ ମାନଙ୍କୁ ବଲାଙ୍ଗୀର ଭୀମ ଭୋଇକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ଗାଡିକୁ ଜବତ କରିବା ସହ ଘଟଣାକୁ ନେଇ ତଦନ୍ତ ଜାରି ରଖିଛି।