କୋଲକାତା,୨/୫ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଛି । ପ୍ରଥମେ ବିଜେପି ଓ ଟିଏମସି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । କିନ୍ତୁ ପରେ ଟ୍ରେଣ୍ଡରେ ପରିବର୍ତ୍ତନ ହୋଇଥିଲା । ନୂଆ ଟ୍ରେଣ୍ଡ ଅନୁସାରେ ଟିଏମସି ବିଜେପିଠୁ ଢେର୍ ଅଧିକ ଆସନରେ ଆଗୁଆ ରହିଛି ।
ଖେଲ ହୋବେ ନା ଖେଲ ଖତମ । ଏହି ଦୁଇଟି ବାକ୍ୟ ପଶ୍ଚିମବଙ୍ଗ ନିର୍ବାଚନରେ ସବୁଠୁ ଚର୍ଚ୍ଚିତ ଥିଲା । ଗୋଟିଏ ପରେ ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ କ୍ୟାମ୍ପେନ୍ ଓ ଅନ୍ୟ ଦିଗରେ ବିଜେପିର ହାଇଭୋଲଟେଜ୍ ପ୍ରଚାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିଶ ଶାହଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ତୁଙ୍ଗ ନେତା ଦିନରାତି ଏକ୍ କରିଦେଇଥିଲେ । ତେବେ ଭୋଟ ଗଣତି ଆରମ୍ଭରୁ ବିଜେପି ଓ ଟିଏମସି ମଧ୍ୟରେ କଡା ଫାଇଟ୍ ଦେଖିବାକୁ ମିଳିଥିଲା । ବ୍ୟବଧାନ ୧୦ ଭିତରେ ରହିଥିଲା । ଏବେ କିନ୍ତୁ ଚିତ୍ର ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ଟିଏମସି 210 ଟି ଆସନରେ ଆଗୁଆ ଥିବା ବେଳେ ବିଜେପି 79 ଟି ଆସନରେ ଆଗୁଆ ରହିଛି ।
କିନ୍ତୁ ନନ୍ଦିଗ୍ରାମ ଟ୍ରେଣ୍ଡ୍ ଅଲଗା ରହିଛି । ଏଠାରେ ମମତା ବାନାର୍ଜୀ ପଛରେ ଅଛନ୍ତି । ନିର୍ବାଚନ କମିଶନଙ୍କ ଓ୍ୱେବସାଇଟ୍ ଅନୁସାରେ, ଶୁଭେନ୍ଦୁ ଅଧିକାରୀ ଅଧିକ ଭୋଟରେ ଆଗରେ ଅଛନ୍ତି । ଚତୁର୍ଥ ରାଉଣ୍ଡରେ ଶୁଭେନ୍ଦୁଙ୍କୁ କମ୍ ଭୋଟ୍ ମିଳିଛି ।