ଢେଙ୍କାନାଳ, ୫ /୪: ଢେଙ୍କାନାଲ ଜିଲ୍ଲା ହିନ୍ଦୋଳ ବିଜ୍ଞାପିତ ପରିଷଦ ନିର୍ବାଚନର ଏପ୍ରିଲ୍ ୩”ରେ ଭୋଟ ଗ୍ରହଣ ସରିଛି। ଏଥିରେ ୮୮ ପ୍ରତିଶତ ମତଦାନ ହୋଇଥିବାବରକେ ଆଜି ଭୋଟ ଗଣତି ରହିଛି। ଏଥିପାଇଁ ହିନ୍ଦୋଳ ଏନେସିର ବ୍ୟାପକ ବ୍ୟବସ୍ଥା କରାଯାଇଛି। ସକାଳ ୮ଟାରୁ ଭୋଟ ଗଣତି ହେବ। ହିନ୍ଦୋଳ ଏନଏସି କାର୍ଯ୍ୟାଳୟରେ ଏହି ଭୋଟ ଗଣତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭୋଟ ଗଣତି ପାଇଁ ଦୁଇଟି ଟେବୁଲ ପ୍ରସ୍ତୁତ କରାଯାଇଛି।
ନଗରପାଳ ପାଇଁ ଗୋଟିଏ ଓ କାଉନସିଲର ପାଇଁ ଗୋଟିଏ ଏପରି ଦୁଇଟି କାଉଟିଂ ଟେବୁଲ ପ୍ରସ୍ତୁତ ହୋଇଇଛି। ଫଳରେ ୧୬ଟି ବୁଥ ପାଇଁ ୧୬ଟି ଫେଜରେ ଗଣତି ହେବ ବୋଲି ସୂଚନା ଦେଇଛନ୍ତି ଏନଏସି ନିର୍ବାଚନ ଅଧିକାରୀ ତଥା ହିନ୍ଦୋଳ ଉପ ଜିଲ୍ଲାପାଳ। ସେପଟେ ଏହି କାଉଟିଂ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନଏସି କାର୍ଯ୍ୟାଳୟ ବା ଗଣତି କେନ୍ଦ୍ରକୁ ସାଧରଣ ପ୍ରବେଶ ଉପରେ କଟକଣା ଲଗାଯାଇଥିବା ଏନଏସି ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।
ସୂଚନା ଥାଉଳି, ହିନ୍ଦୋଳ ଏନେସିର ମୋଟ ୧୬ଟି ୱାର୍ଡ ଥିବାବେଳେ ନଗରପାଳ ପଦବୀ ପାଇଁ ଚଳିତ ମାସ ୩ ତାରିଖରେ ଭୋଟ ଗ୍ରହଣ କାର୍ଯ୍ୟ ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଏହି ଏନଏସି ନିର୍ବାଚନରେ ୩ଜଣ ନଗରପାଳ ପ୍ରାର୍ଥୀ ଓ ୧୬ୱାର୍ଡ ପାଇଁ ୫୦ଜଣ ପ୍ରାର୍ଥୀ ଏପରିଭାବେ ୫୩ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ହିନ୍ଦୋଳ ଏନଏସିବାସୀ। ତେବେ ମୋଟ ୯ହାହାର ୮୬୩ଭୋଟରଙ୍କ ମଧ୍ୟରୁ ୮ହାଜର ୬୪୧ ଭୋଟର ମତଦାନ କରିଥିବା ବେଳେ ୮୮ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି।